୨୩ରୁ ୩୧ ଯାଏ ବନ୍ଦ ରହିବ ବିଦ୍ୟାଳୟ

0 428
greentech

ବଡ଼ଦିନ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିଷ୍ପତ୍ତି

ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି :  ରାଜ୍ୟରେ ଆସନ୍ତା ୨୩ରୁ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ। ବଡ଼ଦିନ ଓ ଧାନକଟା ଛୁଟି ଯୋଗୁଁ ବିଦ୍ୟାଳୟ ବନ୍ଦ ରହିବ। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏନେଇ ଛୁଟି ତାଲିକା ପ୍ରକାଶ କରାଯାଇଛି । କୌଣସି ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ବିଦ୍ୟାଳୟ ଆସିବେ ନାହିଁ । ମୋଟ ୯ ଦିନ (ରବିବାର ସହ) ବିଦ୍ୟାଳୟ ବନ୍ଦ ରହିବ। ସୂଚନାଯୋଗ୍ୟ କରୋନା ସଂକ୍ରମଣ କମିବା ପରେ ଏବେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲାଯାଇଥିବା ବେଳେ ପାଠପଢ଼ା ଚାଲିଛି।

Leave A Reply

Your email address will not be published.

two + three =

error: Content is protected !!
Open chat