୨ ଘଣ୍ଟାରେ ଜାଣିହେବ ଓମିକ୍ରନ ସଂକ୍ରମଣ ସ୍ତିତି, ଆଇସିଏମଆରର ନୂଆ ପରୀକ୍ଷା କିଟ

0 664
greentech

ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : କରୋନାର ଆଉ ଏକ ରୂପ ଓମିକ୍ରନକୁ ନେଇ ସାଧାରଣରେ ଆଲୋଚନା ଜାରି ରହିଥିବା ବେଳେ ଦିବ୍ରୁଗଡ଼ ସ୍ତିତ ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ, ଆଇସିଏମଆର ନୂଆ ନମୁନା କିଟ ପରୀକ୍ଷା ପ୍ରସ୍ତୁତ କରିଛି। ଏହି କିଟ ଜରିଆରେ ମାତ୍ର ୨ଘଣ୍ଟା ମଧ୍ୟରେ ଜଣେ ଓମିକ୍ରନ ସଂକ୍ରମିତ ହୋଇଛନ୍ତି କି ନାହିଁ ଜାଣିପାରିବେ। ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ ଆଇସିଏମଆର ଏକ କିଟ୍ ପ୍ରସ୍ତୁତ କରିଛି ଯେଉଁଥିରେ ଓମିକ୍ରନ ରିପୋର୍ଟ ମାତ୍ର ୨ ଘଣ୍ଟାରେ ମିଳିପାରିବ। ଦିବ୍ରୁଗଡ଼ ଆଇସିଏମଆରର ଡାକ୍ତର ବିଶ୍ୱଜ୍ୟୋତି ବୋରକାକୋଟେଙ୍କ ନେତୃତ୍ୱରେ ଏକ ବୈଜ୍ଞାନିକ ଗୋଷ୍ଠୀ ଏହି କିଟ୍ ପ୍ରସ୍ତୁତ କରିଛନ୍ତି।
ପ୍ରାରମ୍ଭିକ ପର୍ଯ୍ୟାୟରେ ଓମିକ୍ରନ ଅଧିକ ବିପଦପୂର୍ଣ୍ଣ ନୁହେଁ ବୋଲି କୁହାଯାଉଥିବା ବେଳେ ଦେଶରେ ଏପର୍ଯ୍ୟନ୍ତ ୩୩ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଓମିକ୍ରନ ନମୁନା ପରୀକ୍ଷା କିଟ ଉତ୍ପାଦନ ପାଇଁ କୋଲକାତାର ଜିସିସି ବାୟୋଟେକ୍ ଶହ ଆଲୋଚନା ହୋଇଥିବା ଜଣାପଡିଛି।

Leave A Reply

Your email address will not be published.

11 + thirteen =

error: Content is protected !!
Open chat