୩୭ ବର୍ଷ ପୂର୍ବେ ଆଜିର ଦିନରେ… ଭାରତୀୟ କ୍ରିକେଟ ଦଳ ଇତିହାସ ସୃଷ୍ଟି କରିଥିଲା

0 446
greentech

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୫।୬ : ୩୭ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ କ୍ରିକେଟର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିଲା । ୧୯୮୩ ମସିହାର ଆଜିର ଦିନରେ କପିଳ ଦେବଙ୍କ ନେତୃତ୍ୱରେ ଏକ ଯୁବ ଭାରତୀୟ କ୍ରିକେଟ ଦଳ ସେତେବେଳର ବିଶ୍ୱ ବିଜୟୀ ଦୁର୍ଦ୍ଧଷ େଓ୍ଵଷ୍ଟଇଣ୍ଡିଜକୁ ହରାଇ ବିଶ୍ୱକପ ଜିତିଥିଲା । ଏହା ସହିତ ବିଶ୍ୱ କ୍ରିକେଟରେ ଭାରତୀୟ ଦଳ ନିଜ ଉପସ୍ଥିତି ଜାହିର କରିଥିଲା । ଅଶୀ ଓ ନବେ ଦଶକର ଯୁବପୀଢିଙ୍କୁ ଏହି ବିଶ୍ୱକପ ବିଜୟ ହିଁ କ୍ରିକେଟ ବ୍ୟାଟ ଧରିବାକୁ ଅନୁପ୍ରାଣିତ କରିଥିଲା ।୧୯୮୩ ବିଶ୍ୱକପ ଖେଳୁଥିବା ଭାରତୀୟ ଦଳ ଥିଲା ଏକ ଅପରିଚିତ ତଥା ଦୁର୍ବଳ ଦଳ । ସାମନାରେ ଥିଲେ ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ଇଂଲାଣ୍ଡ ପରି ଶକ୍ତିଶାଳୀ ଦଳ । ବିଶେଷକରି ପୂର୍ବରୁ ଦୁଇଥର ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଦଳକୁ ହରାଇବା କେହି ସ୍ୱପ୍ନରେ ଭାବିପାରୁନଥିଲେ । ଏହି ଦଳରେ ଥିଲେ ଭିଭିଆନ ରିଚାର୍ଡ୍ସ, କ୍ଲାଇବ ଲୟଡ,ଡେସମଣ୍ଡ ହେନ୍ସ, ଗ୍ରଡନ ଗ୍ରିନିଜ ପରି ବ୍ୟାଟ୍ସମ୍ୟାନ ଓ ମାଲକମ ମାର୍ସାଲ, ଆଣ୍ଡି ରବର୍ଟ୍ସ, ଜୋଏଲ ଗାର୍ନର ଓ ମାଇକେଲ ହୋଲଡିଂଙ୍କ ପରି ଛାତିଥରା ଦ୍ରୁତ ବୋଲର ।

Leave A Reply

Your email address will not be published.

two + 7 =

error: Content is protected !!
Open chat