୪୨ ମୌଜା କର୍ମକାଣ୍ଡ ବ୍ରାହ୍ମଣ ମହାସଭାର ସାଧାରଣ ସଭାରେ ପଣ୍ଡିତ ଭାଗବତ ଆଚାର୍ଯ୍ୟଙ୍କ “ପଞ୍ଚାଶତ୍ ପଞ୍ଚକମ୍”ର ୨ୟ ସଂସ୍କରଣ ଉନ୍ମୋଚିତ ।
କଟକ ସଦର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧ ଜୁନ ୨୦୨୨ : ୪୨ ମୌଜା କର୍ମକାଣ୍ଡ ବ୍ରାହ୍ମଣ ମହାସଭାର ଏକ ସାଧାରଣ ସଭା ଦହିଗାଁସ୍ଥିତ ମା ବରୁଣେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅସ୍ଥାୟୀ ସଭାପତି ପଣ୍ଡିତ ଶ୍ରୀଯୁକ୍ତ ଭାଗବତ ଆଚାର୍ଯ୍ୟଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ନୂତନ ଭାବେ ସଭାପତି ପଣ୍ଡିତ ଶ୍ରୀଯୁକ୍ତ ଭାଗବତ ଆଚାର୍ଯ୍ୟ, ଉପସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପତି, ସାଧାରଣ ସମ୍ପାଦକ ପଣ୍ଡିତ ଶ୍ରୀଯୁକ୍ତ ରଘୁନାଥ ଦାଶ, ସହ-ସମ୍ପାଦକ ପଣ୍ଡିତ ଶ୍ରୀଯୁକ୍ତ ପ୍ରତାପ କେଶରୀ ପତି, କୋଷାଧ୍ୟକ୍ଷ ପଣ୍ଡିତ ଶ୍ରୀଯୁକ୍ତ ଶକ୍ତିଦତ୍ତ ଆଚାର୍ଯ୍ୟ, ସହ କୋଷାଧ୍ୟକ୍ଷ ପଣ୍ଡିତ ଶ୍ରୀଯୁକ୍ତ ସୁଦର୍ଶନ ପତି, ଉପଦେଷ୍ଟା ପଣ୍ଡିତ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପତି, ଉପଦେଷ୍ଟା ମଣ୍ଡଳୀ ଭାବେ ପଣ୍ଡିତ ଶ୍ରୀଯୁକ୍ତ ଭୈରବ କର, ପଣ୍ଡିତ ଶ୍ରୀଯୁକ୍ତ ନକୁଳ ପତି, ରାମକୃଷ୍ଣ ପତି, ଅଶୋକ ଦାସ, ସଂଯୋଜକ ମଣ୍ଡଳୀ ତ୍ରିଲୋଚନ ଶତପଥୀ, ଜ୍ଞାନ ରଞ୍ଜନ ପଣ୍ଡା, ସୁମନ୍ ପତି, ରଘୁନାଥ ତ୍ରିପାଠୀ, ପ୍ରତାପ ଆଚାର୍ଯ୍ୟ, ଦେବେନ୍ଦ୍ର ଆଚାର୍ଯ୍ୟ, ଶକ୍ତିଧର ପତି, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଆଶିଷ ଦାଶ, ଲୋକସମ୍ପର୍କ ତାପସ କୁମାର ମହାପାତ୍ର, ଅମର ପ୍ରସାଦ ଆଚାର୍ଯ୍ୟଙ୍କ ସହ ସଭାରେ ପ୍ରମୁଖ ସର୍ବେଶ୍ଵର ଆଚାର୍ଯ୍ୟ, ବିକାଶ ଷଡ଼ଙ୍ଗୀ, ନରେଶ ପତି, କୃତିଜ୍ଜଳ ଷଡ଼ଙ୍ଗୀ, ମାନସ ଆଚାର୍ଯ୍ୟ, କମଳ ପତି, ବିଶ୍ୱଭୂଷଣ ପତି, କୃଷ୍ଣଚନ୍ଦ୍ର ମହାପାତ୍ର, ନିମାଇ ନାୟକ ଏବଂ ଅନ୍ୟାନ୍ୟ ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ । ସର୍ବଶେଷରେ ପଣ୍ଡିତ ଶ୍ରୀଯୁକ୍ତ ଭାଗବତ ଆଚାର୍ଯ୍ୟଙ୍କ “ପଞ୍ଚାଶତ୍ ପଞ୍ଚକମ୍”ର ୨ୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ତ୍ରିଲୋଚନ ପତି ଧନ୍ୟବାଦ ଦେଇଥିଲେ ।