୬୦ ଲକ୍ଷ ଟପିଲା କୋଭିଡ ଟୀକାକରଣ

0 289
greentech

ଦେଶରେ କରୋନା ମହାମାରୀର ମୁକାବିଲା ନିମନ୍ତେ ଆରମ୍ଭ ହୋଇଥିବା କୋଭିଡ ପ୍ରତିଷେଧକ ଟିକାକରଣ ୨୪ ଦିନ ମଧ୍ୟରେ ୬୦ ଲକ୍ଷ ଅତିକ୍ରମ କରିଛି। ଗତକାଲି ସୁଦ୍ଧା ୬୦ ଲକ୍ଷ ୩୫ ହଜାର ୬୬୦ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର ଯୋଦ୍ଧାଙ୍କୁ ଟିକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶର ବିଭିନ୍ନ ନିର୍ଦ୍ଧାରିତ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ୧ ଲକ୍ଷ ୨୭ ହଜାର ୭୪୪ଟି ସେସନରେ ଏହି ଟିକାକରଣ କରାଯାଇଛି। ଗତକାଲି ଗୋଟିଏ ଦିନରେ ୨ ଲକ୍ଷ ୨୩ ହଜାର ୨୯୮ ଜଣଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି। ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୮ ହଜାର ୨୫୭ଟି ସେସନରେ ଏହି ଟୀକାକରଣ କରାଯାଇଛି।

ଉତ୍ତରପ୍ରଦେଶରେ ସର୍ବାଧିକ ୬ ଲକ୍ଷ ୭୩ ହଜାର ୫୬୨ଜଣଙ୍କୁ ଟିକାକରଣ କରାଯାଇଥିବାବେଳେ ମହାରାଷ୍ଟ୍ରରେ ୪ ଲକ୍ଷ ୯୭ ହଜାର ୯୫, ରାଜସ୍ଥାନରେ ୪ ଲକ୍ଷ ୬୨ ହଜାର ୯୬୨, କର୍ଣ୍ଣାଟକରେ ୪ ଲକ୍ଷ ୧୧ ହଜାର ୮୬୧ ଏବଂ ଗୁଜରାଟରେ ୪ ଲକ୍ଷ ୭୦ ହଜାର ୩୮୪ଜଣଙ୍କୁ ଟିକାକରଣ କରାଯାଇଥିବା ସୂଚନା ମିଳିଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କୋଭିଡ ବିରୁଦ୍ଧରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚମାନର ରହିଛି। ସେ କହିଛନ୍ତି, ଦିନକୁ ଦିନ ନୂଆ ସଂକ୍ରମଣ ହ୍ରାସ ପାଉଥିବାବେଳେ ଦେଶରେ ବିକଶିତ ଦୁଇଟି ଟିକା କରୋନା ମହାମାରୀ ରୋକିବା ଦିଗରେ ସଫଳତା ହାସଲ କରିଛି। ସେ କହିଛନ୍ତି, ଟିକାକୁ ନେଇ ଯେଉଁ ସନ୍ଦେହ ପ୍ରକାଶ ପାଉଛି ତାହା ସମ୍ପୂର୍ଣ୍ଣ ଅମୂଳକ। ସେ କହିଛନ୍ତି, ୧୦ଟି ରାଜ୍ୟରେ ଏପର୍ଯ୍ୟନ୍ତ ୭୫ ପ୍ରତିଶତରୁ ଅଧିକ ହିତାଧିକାରୀଙ୍କୁ ଟିକାକରଣ କରାଯାଇସାରିଲାଣି।

Leave A Reply

Your email address will not be published.

thirteen − eleven =

error: Content is protected !!
Open chat