୬୫ ବର୍ଷ ପୁରୁଣା ଅତ୍ୟାବଶ୍ୟକୀୟ ସାମଗ୍ରୀ (ସଂଶୋଧନ) ବିଲ୍ ନିୟମରେ ହେଲା ପରିବର୍ତ୍ତନ : ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ହଟିଗଲା ଆଳୁ ଓ ପିଆଜ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ହଟିଗଲା ଆଳୁ ଓ ପିଆଜର ନାଁ। ଆଜି ସଂସଦର ଉଭୟ ଗୃହରେ Essential Commodities Act ବା ଅତ୍ୟାବଶ୍ୟକୀୟ ସାମଗ୍ରୀ(ସଂଶୋଧନ) ବିଲ୍ ପାସ୍ ହୋଇଛି। ଏହା ଅନୁସାରେ ଏବେ ଖାଦ୍ୟ ଶସ୍ୟ, ଆଳୁ, ପିଆଜ, ଖାଇବା ତେଲ ଭଳି ଜିନିଷ ଅତ୍ୟାବଶ୍ୟକୀୟ ବସ୍ତୁ ଶ୍ରେଣୀରେ ରହିବ ନାହିଁ। ଲୋକସଭାରେ ୧୫ ସେପ୍ଟେମ୍ବର ୨୦୨୦ରେ ଏହି ବିଲ୍ ପାସ୍ ହୋଇଥିଲା। ଏବେ ରାଜ୍ୟସଭାରେ ଆଜି ପୁଣିଥରେ ପାସ୍ ହୋଇଛି। ଅତ୍ୟାବଶ୍ୟକୀୟ ବସ୍ତୁ(ସଂଶୋଧନ) ବିଲ୍ ବା Essential Commodities Act ରେ ପରିବର୍ତ୍ତନ କରାଯାଇଛି। ଏହର ଅର୍ଥ ସ୍ପଷ୍ଟ ହୋଇଗଲା ଯେ, ଏହି ସବୁ କୃଷି ସାମଗ୍ରୀ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ରହିବ ନାହିଁ। କୃଷକ ନିଜର ହିସାବରେ ମୂଲ୍ୟ ନିର୍ଦ୍ଧାରଣ କରି ଯୋଗାଣ ଓ ବିକ୍ରି କରିପାରିବେ। ତେବେ ସରକାର ସମୟ ସମୟରେ ଏହାର ସମୀକ୍ଷା କରିବେ। ଦରକାର ପଡିଲେ ନିୟମର କଡା ପାଳନ କରାଯିବ।
![](https://i0.wp.com/kalingajyoti.com/wp-content/uploads/2020/09/featured-image-8.jpg?resize=590%2C332&ssl=1)
ଲୋକସଭାରେ ଏନେଇ ସୂଚନା ଦେଇ ଉପଭୋକ୍ତା, ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାନଭେ କହିଛନ୍ତି, ଏହି ବିଲ୍ ମାଧ୍ୟମରେ କୃଷି କ୍ଷେତ୍ରରେ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳାକୁ ମଜବୁତ କରିହେବ। କୃଷକ ପୂର୍ବ ଅପେକ୍ଷା ଆହୁରୀ ସଶକ୍ତ ହେବେ ଓ ନିବେଶରେ ବୃଦ୍ଧି ଘଟିବ। ଏହାଦ୍ବାରା କୃଷି କ୍ଷେତ୍ରରେ କାରବାର ଅନୁକୂଳ ପରିବେଶ ତିଆରି କରିବା ଓ ଭୋକାଲ ଫର ଲୋକାଲକୁ ମଜବୁତ କରାଯିବ। ତେବେ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲା। ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଏହି ବିଲକୁ ଫେରାଇ ନେବାକୁ ଦାବି କରାଯାଇଥିଲା। କୁହାଯାଉଛି ଯେ, ଏହି ବିଲ୍ ପାସ୍ ହେବା ଫଳରେ ଘରୋଇ ନିବେଶଙ୍କୁ ନିୟାମକ ହସ୍ତକ୍ଷେପରୁ ମୁକ୍ତି ମିଳିବ। ଏହି ବିଲ୍ ମାଧ୍ୟମରେ କୃଷି କ୍ଷେତ୍ରରେ ସମ୍ପୂର୍ଣ୍ଣ ଯୋଗାଣ ପକ୍ରିୟାକୁ ମଜବୁତ କରି ହେବ।
![](https://kalingajyoti.com/wp-content/uploads/2020/09/essential_commodities_acttttt.jpg)
ଅତ୍ୟାବଶ୍ୟକୀୟ ସାମଗ୍ରୀ ଆକ୍ଟ କ’ଣ?: ଏହି ଆକ୍ଟ ଅନୁସାରେ ଯେଉଁ ସାମଗ୍ରୀ ଆସିଥାଏ କେନ୍ଦ୍ର ସରକାର ତାହାର ବିକ୍ରି, ଦାମ୍, ଯୋଗାଣ ଓ ବିତରଣକୁ ନିୟନ୍ତ୍ରଣ କରିଥାନ୍ତି। ଏହାର ସର୍ବାଧିକ ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ଧାର୍ଯ୍ୟ କରିଥାନ୍ତି। କିଛି ବସ୍ତୁ ଏଭଳି ରହିଥାଏ, ଯାହା ବିନା ଜୀବନ ବିତାଇବା ଖୁବ୍ କଷ୍ଟକର। ଏଭଳି ଜିନିଷକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଲିଷ୍ଟରେ ସାମିଲ କରାଯାଇଥାଏ।