୯୯୦ ଟଙ୍କାରେ ମିଳିବ ୨-ଡିଜି ଔଷଧ, କେନ୍ଦ୍ର ଓ ରାଜ୍ୟ ପାଇଁ ରିହାତି

0 354
greentech

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧୀ ଲଢ଼େଇ ପାଇଁ ପ୍ରତିରକ୍ଷା ଉନ୍ନୟନ ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଔଷଧ ୨-ଡିଜିର ମୂଲ୍ୟ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର। ଏହାର ମୂଲ୍ୟ ୯୯୦ ଟଙ୍କା ରଖାଯାଇଛି। ତେବେ ସରକାରୀ ଡାକ୍ତରଖାନା, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଏହି ଔଷଧକୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ସରକାରୀ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଡିଆରଡିଓ ପକ୍ଷରୁ ୨ ସପ୍ତାହ ତଳେ ଏହି ଔଷଧ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହାକୁ ଜରୁରୀ ବ୍ୟବହାର ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। ଏହା କରୋନାରେ ଆକ୍ରାନ୍ତ ରୋଗୀମାନଙ୍କୁ ଦିଆଯିବ। ଏହି ଔଷଧ ପାଉଡର ଅବସ୍ଥାରେ ରହିଛି। ରୋଗୀଙ୍କୁ ପାଣିରେ ଗୋଳାଇ ଏହାକୁ ପିଇବାକୁ ଦିଆଯିବ। ଏହି ଔଷଧ ସେବନ କରିବା ଦ୍ବାରା ରୋଗୀ ଶୀଘ୍ର ଆରୋଗ୍ୟ ଲାଭ କରିବେ ଏବଂ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଅମ୍ଳଜାନର ଆବଶ୍ୟକତା କମ୍‌ ରହିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.

eight − one =

error: Content is protected !!
Open chat