ଆଜିକାଲି ଅଧିକାଂଶ ଲୋକ ନିଜର ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ। ଦରକାର ପଡ଼ିଲେ ଔଷଧ ସେବନ କରନ୍ତି। ହେଲେ, ଆପଣ କ’ଣ ଜାଣନ୍ତି କି ଏମିତି ଅନେକ ଔଷଧ ଅଛି, ଯାହାକୁ ୨୪ ଘଣ୍ଟାରେ ଥରଟିଏ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି । ସେଭଳି କ୍ଷେତ୍ରରେ ନିମ୍ନୋକ୍ତ ରୋଗ ପାଇଁ ଯଦି ଔଷଧ ସେବନ କରୁଥାଆନ୍ତି, ତେବେ ତାକୁ କେବଳ ରାତିରେ ଶୋଇବା ପୂର୍ବରୁ ଗ୍ରହଣ କରିଲେ ଭଲ ବୋଲି ଚିକିତ୍ସକଙ୍କ ମତ ଦେଇଥାନ୍ତି ।
ଆଲର୍ଜି ପାଇଁ ଉଦ୍ଦିଷ୍ଟ ଔଷଧ: ଆଲର୍ଜି ପାଇଁ ଔଷଧ ନେଲେ ସାଧାରଣତଃ ନିଦ ମାଡ଼େ । ଦିନରେ ଏହାକୁ ନେଲେ କାମରେ ବ୍ୟାଘାତ ସୃଷ୍ଟି ହୁଏ। ଏଣୁ ରାତିରେ ଏହାକୁ ସେବନ କଲେ ଭଲ ।
ନିଦ ପାଇଁ ସ୍ଲିପିଂ ପିଲ୍: ଏଥିରେ ମାଦକ ଦ୍ରବ୍ୟ ଥିବା କାରଣରୁ ଗଭୀର ନିଦ୍ରା ଆସେ । ଏଣୁ ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରିବା ଉଚିତ।
ଡିପ୍ରେସନରୁ ରକ୍ଷା ପାଇବା ଲାଗି ଔଷଧ: ଯେଉଁମାନେ ମାନସିକ ଚାପ ଜନିତ ରୋଗରୁ ରକ୍ଷା ପାଇବା ଲାଗି ଔଷଧ ସେବନ କରନ୍ତି, ସେମାନେ ଶୋଇବା ଆଗରୁ ତାହା ଖାଇଲେ ଭଲ ।
ରକ୍ତଚାପ ନିୟନ୍ତ୍ରଣ ଲାଗି ଔଷଧ: ଯଦି ଆପଣ ଉଚ୍ଚ ରକ୍ତଚାପ ବା ନିମ୍ନ ରକ୍ତ ଚାପର ନିୟନ୍ତ୍ରଣ ଲାଗି କୌଣସି ଔଷଧ ସେବନ କରୁଥାଆନ୍ତି, ତେବେ ତାକୁ ଦିନରେ ନ ନେଇ ରାତିରେ ଗ୍ରହଣ କରିବା ଭଲ । କାରଣ ରାତିରେ ଏହାର ପ୍ରଭାବ ଭଲ ।