ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଡ୍ରଗସ ଲିଙ୍କ – ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ସୂଚନା “ଏନସିବି ଚାହିଁଲେ ଓଡିଶା ପୋଲିସ ସହଯୋଗ କରିବାକୁ ପ୍ରସ୍ତୁତ”
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮/୦୮ : ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଡ୍ରଗସ ଲିଙ୍କ ମାମଲାକୁ ନାରକୋଟିକସ କେଂଟ୍ରାଲ ବ୍ୟୁରୋ (ଏନସିବି) ତଦନ୍ତ ଦାୟିତ୍ୱ ନେଇଛନ୍ତି । ଭୁବନେଶ୍ୱର ଲିଙ୍କ ଥିବା ଜଣାପଡ଼ିବା ପରେ ଏପର୍ଯ୍ୟନ୍ତ ଓଡ଼ିଶା ପୋଲିସ ସହ ଏନସିବି କୌଣସି ଯୋଗାଯୋଗ କରିନାହିଁ । ହେଲେ ଆଗାମୀ ଦିନରେ ଯଦି ଏନ୍ସିବି ସହଯୋଗ ଚାହିଁବ ତେବେ ଓଡ଼ିଶା ପୋଲିସ ଏହି ଘଟଣାରେ ସମୂର୍ଣ୍ଣ ଭାବେ ସହଯୋଗ କରିବ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ଏକ ପ୍ରେସମିଟରେ ପ୍ରତିକ୍ରିୟା ରଖିଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ରିଆଙ୍କ ହ୍ୱାଟ୍ସଆପ୍ ଚାଟରେ ସେ ତାଙ୍କ ବନ୍ଧୁଙ୍କ ସହ ଭୁବନେଶ୍ୱରରେ ଡ଼୍ରଗ୍ସ ମିଳୁଥିବା କଥା କହିଥିବା ବେଳେ ଭୁବନେଶ୍ୱର ସମସ୍ତ ପ୍ରକାର ନିଶା ଦ୍ରବ୍ୟର ପେଣ୍ଠସ୍ଥଳୀ ବୋଲି ମଧ୍ୟ ଏହି ଚ୍ୟାଟରେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ କହିଛନ୍ତି, ଏହି ହ୍ୱାଟ୍ସଆପ୍ କଥାବାର୍ତା ଏବେ ସାମ୍ନାକୁ ଆସିଥିବାବେଳେ ଏହି ଘଟଣାର ତଦନ୍ତର ଦାୟିତ୍ୱ ଏବେ ଏନ୍ସିବି ନେଇଛନ୍ତି ଏବଂ ଭୁବନେଶ୍ୱର ଡ଼୍ରଗ୍ସ ଲିଙ୍କ ଥିବା ଘଟଣା ସାମ୍ନାକୁ ଆସିିଥିବାବେଳେ ଉକ୍ତ ଘଟଣାରେ ଓଡ଼ିଶା ପୁଲିସ ସମସ୍ତ ସାହାଯ୍ୟ କରିବ ।