ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ ୨୦ହଜାର ନୂତନ ନିଯୁକ୍ତି ଦେବ

0 514
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୯/୦୬: ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ ଇଣ୍ଡିଆ ପକ୍ଷରୁ ୨୦ ହଜାର କର୍ମଚାରୀଙ୍କୁ ସାମୟିକ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯିବ। ଏ ନେଇ କମ୍ପାନୀ ରବିବାର ସୂଚନା ଦେଇଛି। ଅନ୍‌ଲାଇନ ଶପିଙ୍ଗ୍‌ରେ ଅଭିଜ୍ଞତା ଥିବା ବ୍ୟକ୍ତି ବିଶେଷଙ୍କୁ କମ୍ପାନୀ ନିଯୁକ୍ତି ପ୍ରଦାନ କରିବ। ଗ୍ରାହକ ସେବାକୁ ଉନ୍ନତ କରିବା ସହ ଭାରତ ବଜାରରେ ବାଣିଜି୍ୟକ ଅଭିବୃଦ୍ଧିରେ ଦିଗରେ ଏମାନେ ସହଯୋଗ କରିବେ।

ଚାହିଦା ଏବଂ କାରବାରକୁ ଧ୍ୟାନରେ ରଖି କମ୍ପାନୀ ଭାରତରେ ଆଗାମୀ ୬ମାସ ମଧ୍ୟରେ ଅଧିକ ଗ୍ରାହକ ସେବା କେନ୍ଦ୍ର ସ୍ଥାପନ କରିବ। ଏହି ସ୍ଥାନଗୁଡିକ ମଧ୍ୟରେ ହାଇଦ୍ରାବାଦ, ପୁଣେ, କୋଏମ୍ବାଟୁରୁ, ନୋଏଡା, କୋଲ୍‌କାତା, ଜୟପୁର, ଚଣ୍ଡିଗଡ, ମାଙ୍ଗାଲୋର, ଇନ୍ଦୋର,ଭୋପାଳ ଏବଂ ଲକ୍ଷ୍ନୌ ଭଳି ସହର ରହିଥିବା କମ୍ପାନୀ ସୂଚନା ଦେଇଛି। ନିଯୁକ୍ତି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା +୨ ପାସ୍‌ ସହ କମ୍ପ୍ୟୁଟର ଜ୍ଞାନ ଏବଂ ଇ-ମେଲ, ଚାର୍ଟ, ସୋସିଆଲ ମିଡିଆ ସର୍ଭିସରେ ଦକ୍ଷ ହୋଇଥିବା ଆବଶ୍ୟକ। ଏହା ସହିତ ଇଂଲିଶ, ହିନ୍ଦୀ,ତାମିଲ,ତେଲୁଗୁ ଏବଂ କନ୍ନଡ ଭାଷାରେ ଦକ୍ଷତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଆମାଜନ୍‌ ଇଣ୍ଡିଆର ନିର୍ଦ୍ଦେଶକ(ଗ୍ରାହକ ସେବା) ଅକ୍ଷୟ ପ୍ରଭୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

thirteen − three =

error: Content is protected !!
Open chat