ବିଜେଡିର ବରିଷ୍ଠ ନେତା ତଥା ବଡମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର କରୋନା ଆକ୍ରାନ୍ତ: ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ନେଇ ନିଜେ ଟ୍ୱିଟ ସୂଚନା ଦେଲେ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮: ବିଜେଡିର ବରିଷ୍ଠ ନେତା ତଥା ବଡମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ବିଧାୟକ ଶ୍ରୀ ମିଶ୍ରଙ୍କ ନମୁନା ପରୀକ୍ଷା ପରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । କୌଣସି ଲକ୍ଷଣ ନଥିବା କାରଣରୁ ସଂଗରୋଧରେ ଅଛନ୍ତି ବିଧାୟକ ଦେବୀ ପ୍ରସାଦ ମିଶ୍ର। ଏନେଇ ସାମାଜିକ ଗଣମାଧ୍ୟମରେ ବିଧାୟକ ଶ୍ରୀ ମିଶ୍ର ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଟ୍ୱିଟ କରି ଲେଖିଛନ୍ତି ଯେ, ମୁଁ ବର୍ତ୍ତମାନ ସୁସ୍ଥ ଅଛି । ମୋର ଏବେ କୌଣସି ସଂକ୍ରମଣର ବାହ୍ୟ ଲକ୍ଷଣ ନାହିଁ। ଡ୍ରାଇଭର ଆକ୍ରାନ୍ତ ହେବା ପରେ ମୁଁ ଏବେ ଆଇସୋଲେସନରେ ଅଛି । ଶରୀର ତାପମାତ୍ରା ଓ ଅମ୍ଲଜାନ ସ୍ତର ଠିକ ଅଛି, କିନ୍ତୁ ମୁଁ ପୁରୁଣା ଡାଇବେଟିସ୍ ପୀଡ଼ିତ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛି ବୋଲି ସେ କହିଛନ୍ତି । ବଡ଼ମ୍ବା ବିଧାୟକ ଶ୍ରୀ ମିଶ୍ର କହିଛନ୍ତି, ମୋଟାମୋଟି ମୋର ସ୍ୱାସ୍ଥ୍ୟ ଠିକ ଅଛି। ମୁଁ ଜରୁରୀ କାମକୁ ଟେଲିଫୋନ କନଫେରେନ୍ସ ଜରିଆରେ କରୁଛି ଏବଂ କରିବି। କିନ୍ତୁ ମୋତେ ବର୍ତ୍ତମାନ କିଛିଦିନ ପାଇଁ ଛୋଟକଥାରେ ଯୋଗାଯୋଗ ନ କରିବାକୁ ଅନୁରୋଧ। ଏଥିସହ ତାଙ୍କ ଅନ୍ୟ କର୍ମଚାରୀ ଏବଂ ପରିବାରର ସଦସ୍ୟମାନେ ନେଗେଟିଭ ଥିବା ବିଧାୟକ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।