ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

0 490
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩/୦୮: ଆଜି ମୁଖ୍ୟମନ୍ତ୍ରୀ ନିଜେ ବନ୍ୟାଞ୍ଚଳ ପରିଦର୍ଶନ କରିବେ । ବନ୍ୟାଞ୍ଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ବୈଠକ କରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି । ବନ୍ୟାଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରହିଛି । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଏନଡିଆରଏଫ୍, ଓଡ୍ରାଫ୍‌ ଓ ଅଗ୍ନିଶମ ଟିମ୍‌ ନିୟୋଜିତ ଅଛନ୍ତି । ଜିଲ୍ଲାପାଳ ମାନଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି ।

ରାଜ୍ୟର ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରୁଛି । ଲଘୁଚାପ ପ୍ରଭାବରେ ଓଡିଶା ର ଉପକୂଳ ଓ ଉତ୍ତର ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହୋଇଛି । ତେଣୁ ସୁବର୍ଣ୍ଣରେଖା, ବୈତରଣୀ, ବୁଢାବଳଙ୍ଗ ଓ ମହାନଦୀରେ ବନ୍ୟା ଆସିଛି । ମୁଣ୍ଡଳୀ ଠାରେ ରବିବାର ୧୦.୦୨ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହୋଇଛି । ସୋମବାର ୧୦ରୁ ୧୧ ଟା ମଧ୍ୟରେ ମୁଣ୍ଡଳୀରେ ଜଳ ପ୍ରବାହ କମିବ । ମହାନଦୀରେ ଜଳ ପ୍ରବାହ ଯୋଗୁଁ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ କଟକର କିଛି ଅଞ୍ଚଳ ଉପରେ ପ୍ରଭାବ ପଡିବ । ପୁରୀ ଜିଲ୍ଲା ଦେବୀ ଓ ଭାର୍ଗବୀ ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ଅଛି । ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନେ ୨୪ ଘଂଟା କାର୍ଯ୍ୟ କରୁଥିବାରୁ ମୁଖ୍ୟ ସଚିବ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

13 − 13 =

error: Content is protected !!
Open chat