ଲଦାଖ ସଂଘର୍ଷ ପରେ ଦକ୍ଷିଣ ଚୀନ୍ ସାଗରକୁ ଯୁଦ୍ଧପୋତ ପଠାଇଥିଲା ଭାରତୀୟ ନୌସେନା: ରିପୋର୍ଟ

0 476
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮ : ପୂର୍ବ ଲଦାଖର ଗଲ୍‌ୱାନ୍ ଉପତ୍ୟକା ସଂଘର୍ଷ ପରେ ପରେ ଭାରତୀୟ ନୌସେନା ତା’ର ଗୋଟିଏଫ୍ରଣ୍ଟ୍‌ଲାଇନ୍ ଯୁଦ୍ଧପୋତ ଦକ୍ଷିଣ ଚୀନ୍ ସାଗରରେ ମୁତୟନ ପାଇଁ ପ୍ରେରଣ କରିଥିଲା। ଭାରତର ଏଭଳି ପଦ‌େକ୍ଷପରେ ଅସନ୍ତୁଷ୍ଟ ହୋଇଥିବା ଚୀନ୍ ଉଭୟ ପକ୍ଷର ଆଲୋଚନା ବେଳେ ଆପତ୍ତି ଉଠାଇଥିଲା।

ଆପତ୍ତିର କାରଣ ହେ‌ଲା, ୨୦୦୯ ମସିହାରୁ କୃତ୍ରିମ ଦ୍ବୀପ ଓ ସାମରିକ ଉପସ୍ଥାନରେ ଚୀନ୍ ଉଲ୍ଲେଖନୀୟ ଭାବେ ଆଧିପତ୍ୟ ବିସ୍ତାର କରିଥିବା ଅଞ୍ଚଳରେ ଭାରତ କାହିଁକି ଯୁଦ୍ଧପୋତ ମୁତୟନ କଲା।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଆମର ୨୦ ଜଣ ଯବାନ ସହିଦ ହୋଇଥିବା ଗଲ୍‌ୱାନ୍ ସଂଘର୍ଷ ପରେ ପରେ ଭାରତୀୟ ନୌସେନା ତା’ର ଫ୍ରଣ୍ଟ୍‌ଲାଇନ୍ ଯୁଦ୍ଧପୋତମାନଙ୍କରୁ ଗୋଟିକୁ ଦକ୍ଷିଣ ଚୀନ୍ ସାଗରରେ ମୁତୟନ କରିଥିଲା। ସେଠାରେ ପୁପୁଲ୍‌ସ୍ ଲିବରେସନ୍ ଆର୍ମିର ନୌସେନା ଜଳଭାଗର ବହୁଳାଂଶକୁ ନିଜ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ବୋଲି ଦାବି କରି ଅନ୍ୟର ସୈନ୍ୟ ଉପସ୍ଥିତି ଉପରେ ଆପତ୍ତି ଉଠାଏ।

ଦକ୍ଷିଣ ଚୀନ୍ ସାଗରରେ ତୁରନ୍ତ ଭାରତୀୟ ନୌସେନାର ଯୁଦ୍ଧପୋତ ମୁତୟନ କରାଯିବାର ଆକାଙ୍‌କ୍ଷୀତ ପ୍ରଭାବ ମଧ୍ୟ ଜଣାପଡ଼ିଥିଲା। କାରଣ ଭାରତ ସହ କୂଟନୈତିକସ୍ତରୀୟ ଆଲୋଚନା ବେଳେ ଚୀନ୍ ଭାରତୀୟ ଯୁଦ୍ଧପୋତର ଉପସ୍ଥିତି ପ୍ରସଙ୍ଗରେ କହିଥିଲା।

ଦକ୍ଷିଣ ଚୀନ୍ ସାଗରରେ ଭାରତ ଯୁଦ୍ଧପୋତ ମୁତୟନ ବେଳେ ଆମେରିକା ନୌସେନାର ‘ଡେଷ୍ଟ୍ରୟର୍’ ଓ ‘ଫ୍ରିଗେଟ୍’ ଯୁଦ୍ଧପୋତ ମଧ୍ୟ ମହଜୁଦ ଥିଲା। କମ୍ୟୁନିକେସନ୍ ସିଷ୍ଟମ୍ ଲାଗି ଭାରତୀୟ ନୌସେନା ସେଠାରେ ବରାବର ଆମେରିକୀୟ ନୌସେନା ସହ ଯୋଗସୂତ୍ର ରଖିଥିଲା।

ସେଠାରେ ନିୟମିତ ସମରାଭ୍ୟାସ ଚଳାଉଥିବା ଅନ୍ୟ ଦେଶର ଯୁଦ୍ଧତରୀ ସବୁ ଭାରତୀୟ ଯୁଦ୍ଧପୋତକୁ ସେମାନଙ୍କର ଗମନାଗମନ ବିଷୟରେ ନିରନ୍ତର ସୂଚନା ଦେଉଥିଲେ। କିନ୍ତୁ, ନୌସେନାର କାର୍ଯ୍ୟକଳାପ ସଂକ୍ରାନ୍ତରେ ସର୍ବସାଧାରଣଙ୍କୁ ଅଗୋଚର ରଖିବାକୁ ଭାରତ ଏହି ଅଭିଯାନ ଅତି ଗୁପ୍ତରେ ସମାପନ କରିଥିଲା।

ଏହି ସମୟରେ ଭାରତୀୟ ନୌସେନା ଆଣ୍ଡମାନ ନିକୋବର ଦ୍ବୀପପୁଞ୍ଜ ନିକଟ ମଲାକା ପ୍ରଣାଳୀ ନିକଟରେ ମଧ୍ୟ ତା’ର ଫ୍ରଣ୍ଟ୍‌ଲାଇନ୍‌ ଯୁଦ୍ଧପୋତ ମୁତୟନ କରିଥିଲା। ଏହାଛଡ଼ା ଭାରତ ମହାସାଗର ଅଞ୍ଚଳ ମଧ୍ୟକୁ ଚୀନ୍‌ର ଯୁଦ୍ଧତରୀ ପ୍ରବେଶ କରୁଥିବା ଅଞ୍ଚଳରେ ବି ନୌସେନା ଯୁଦ୍ଧପୋତ ମୁତୟନ କରିଥିଲା। ମଲାକା ପ୍ରଣାଳୀ ଦେଇ ଅନେକ ଚୀନ୍ ଜାହାଜ ତେଲ ନେଇ ଫେରୁଥିଲେ କିଂବା ଅନ୍ୟ ମହାଦେଶକୁ ବାଣିଜ୍ୟ ସାମଗ୍ରୀ ପରିବହନ କରୁଥିଲେ।

Leave A Reply

Your email address will not be published.

3 × 1 =

error: Content is protected !!
Open chat