କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୦୧/୦୯ : ବଲିଉଡ୍ର ପ୍ରସିଦ୍ଧ ଅଭିନେତା ରାଜ୍ ବବ୍ବର ଓ ନାଦିରା ବବ୍ବରଙ୍କ ପୁଅ ଆର୍ଯ୍ୟ ବ୍ବର ,ଅନେକ ବଡ଼ ବଡ଼ ଫିଲ୍ମରେ ଛୋଟ ଛୋଟ ରୋଲ୍ କରିବା ପରେ ଏବେ ସୋ ଛୋଟ ଛୋଟ ଫିଲ୍ମରେ ବଡ଼ ରୋଲ୍ କରୁଛନ୍ତି । ନିକଟରେ ତାଙ୍କର ପଞ୍ଜାବୀ ଫିଲ୍ମ ‘ଗାନ୍ଧୀ ଫେର୍ ଆ ଗେୟା’ ର ଟ୍ରେଲର ଲଞ୍ଚ୍ ତାଙ୍କର ପିତା ମଧ୍ୟ ଟ୍ୱିଟ୍ରେ କରିଥିଲେ। କିନ୍ତୁ ଏବେ ତାଙ୍କର ନୂଆ ଫିଲ୍ମ ସବୁଠୁ ହଟ୍ ଟପିକ୍ରେ ରହିଛି । ଯାହା ସୁଶାନ୍ତ ସିଂହ ରାଜପୁତଙ୍କର ରହସ୍ୟପୂର୍ଣ୍ଣ ମୃତ୍ୟୁ ଉପରେ ଆଧାରିତ । କିନ୍ତୁ ଏବେ ଆର୍ଯ୍ୟ ବବ୍ବରଙ୍କ ପୋଷ୍ଟର ଲଞ୍ଚ କରିବା କ୍ଷଣି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ରାଗି ଯାଇଛନ୍ତି । ଆଉ ଫିଲ୍ମକୁ ବୟକଟ୍ କରିବାକୁ ଆହ୍ୱାନ କରିଛନ୍ତି ।
ସୁଶାନ୍ତଙ୍କ ନାଁ ସହ ମେଳ ଥିବା ଟାଇଟଲ ରଖାଯାଇଛି –
ଆର୍ଯ୍ୟ ବବ୍ବରଙ୍କର ଏହି ଫିଲ୍ମ ଟାଇଟଲ ସୁଶାନ୍ତଙ୍କ ନାମରେ ମିଶୁଥିବା ରଖାଯାଇଛି । ଟାଇଟଲ ରହିଛି ‘ଶଶାଙ୍କ’ । ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ଗାନ୍ଧୀଗିରି ଭଳି ଫିଲ୍ମର ନିର୍ଦ୍ଦେଶକ ସନୋଜ ମିଶ୍ରା ଓ ପ୍ରଯୋଜକ ହେଉଛନ୍ତି , ରୋର୍ ଫିଲ୍ମର ମାରୁତ ସିଂହ । ପୋଷ୍ଟରରୁ ଏତିକି ଖାଲି ଜଣାପଡ଼ୁଛି ଯେ , ଖବରକୁ ଆସିବା ପାଇଁ ଏହି ଫିଲ୍ମର ଘୋଷଣା କରାଯାଇଛି । ଏବେ କିଛି ପ୍ରସ୍ତୁତ କରାଯାଇନାହିଁ ।
ଆର୍ଯ୍ୟ ବବ୍ବର ମଧ୍ୟ ଏକ ସାକ୍ଷାତ୍କାରରେ ଏହାର କାହାଣୀ ବିଷୟରେ କହିବାକୁ ମନା କରି କହିଥିଲେ କି ପରଦାରେ ଏହା ଜାଣିପାରିବେ ଅର୍ଥାତ୍ ଯେତେ ଯେତେ ଏହି କେସ୍ରେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି , ତଦନ୍ତ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବ , ଫିଲ୍ମର କାହାଣୀ ବି ବଢ଼ିଯିବ ଏବଂ ଏହିପରି ସୁଟ୍ ହେବ ଓ କି ନହେବ ଏହା କାହାକୁ ବା ଜଣା ।
ମାଗଣାରେ ପବ୍ଳିସିଟି ନେବା ପାଇଁ ଏହି କାମ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହଙ୍କୁ ପସନ୍ଦ ଆସିନାହିଁ । ସେ ଏହି ଫିଲ୍ମର ପୋଷ୍ଟର ସହ ଜଡ଼ିତ ଏକ ଫିଲ୍ମ କ୍ରିଟିକ୍ର ଟ୍ୱିଟ୍କୁ ରିଟ୍ୱିଟ୍ କରି ଏହା ସ୍ପଷ୍ଟ ଲେଖିଛନ୍ତି ଯେ, ଏହି ଫିଲ୍ମର ବହିଷ୍କାର କରିବାକୁ ହେବ । ସେ ଏହା ବି ଲେଖିଛନ୍ତି ଫିଲ୍ମର ନୁହେଁ , ଏହାକୁ ପ୍ରମୋଟ୍ କରୁଥିବା ଲୋକଙ୍କର ମଧ୍ୟ ବହିଷ୍କାର କର ।
ଶ୍ୱେତାଙ୍କର ଟ୍ୱିଟରରେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଅଧିକ ଫଲୋୟର ନଥିଲେ । କିନ୍ତୁ ଏବେ ୩ ଲକ୍ଷରୁ ଅଧିକ ହୋଇଯାଇଛନ୍ତି ଏବଂ ବଢ଼ି ଚାଲିଛନ୍ତି । ଆଉ ଏମିତିରେ ସୁଶାନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ଭଉଣୀଙ୍କ ଏହି ଆହ୍ୱାନ ନିଶ୍ଚୟ ପ୍ରଭାବ ପକାଇବ ।