ରାଜଗାଙ୍ଗପୁର: ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ନିୟମକୁ ଉଲ୍ଲଘଂନ ଅଭିଯୋଗରେ ସହରର ୧୧ଟି ଦୋକାନ ଉପରେ ଚଢ଼ାଉ କରି ପୌରପାଳିକା ଦ୍ଵାରା ୧୫,୫୦୦ ଟଙ୍କା ଜୋରିମାନା ଆଦାୟ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୨/୦୯ : କରୋନା ମହାମାରୀରେ ସମଗ୍ର ଦେଶ କବଳିତ, ଲକଡାଉନ, ସଟଡାଉନ ସରକାରଙ୍କ ଏକ ବିହିତ ପ୍ରତିକାର ମାତ୍ର । ଦୀର୍ଘ ଦିନ ହେବ ଲୋକମାନେ ଗୃହବନ୍ଦୀ ହୋଇ ରହିବା ପରେ ଧୀରେ ଧୀରେ ସରକାରଙ୍କ ଦ୍ଵାରା ଲକଡାଉନ ଓ ସଟଡାଉନ ନିୟମ କୋହଳ କରାଯାଇଛି, କିନ୍ତୁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ କୁ କଡାକଡି କରାଯାଇଛି। ରାଜଗାଙ୍ଗପୁର ସହରର ଜନସାଧାରଣ ଓ ଦୋକାନୀ ମାନେ ଏହି ନିୟମକୁ ମାନୁ ନଥିବାର ଦେଖିବାକୁ ମିଳୁଥିଲା।
ଆଜି ରାଜଗାଙ୍ଗପୁର ପୌରପାଳିକା ଓ ରାଜଗାଙ୍ଗପୁର ପୋଲିସ ପକ୍ଷରୁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ନିୟମକୁ ଉଲଘଂନ କରୁଥିବା ସହରର ବିଭିନ୍ନ ଦୋକାନ ମାନଙ୍କ ଚଢ଼ାଉ କରି ଜୋରିମାନା କରାଯାଇଥିଲା। ସହରର ଦୋକାନୀ ମାନେ ମାସ୍କ ବ୍ୟବହାର ନ କରି ଏବଂ ସାମାଜିକ ଦୂରତା ବଜାୟ ରଖିନଥିବାରୁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇଥିଲା। ପୌରପାଳିକା ପକ୍ଷରୁ ୧୧ ଟି ଦୋକାନରୁ ସର୍ବମୋଟ ୧୫,୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। କିନ୍ତୁ ଜୋରିମାନା ଆଦାୟ କରିବାରେ ପୌରପାଳିକାର କର୍ମଚାରୀମାନେ ପାତରଅନ୍ତର କରୁଥିବାରୁ ଦୋକାନୀ ମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା।