ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ କିଛି ସମୟ ପାଇଁ ହ୍ୟାକ୍ ହୋଇଯାଇଥିଲା। ଏନେଇ ଟୁଇଟର ପକ୍ଷରୁ ମଧ୍ୟ ସ୍ବୀକାର କରାଯାଇଛି। ମୋଦିଙ୍କ ଆକାଉଣ୍ଟ ହ୍ୟାକ୍ କରିଥିବା ହ୍ୟାକର ଜଣକର ପରିଚୟ ମିଳିଯାଇଛି। ହ୍ୟାକର ଜଣକ ନିଜର ପରିଚୟ ଜନ୍ ଓ୍ବିକ୍ ବୋଲି କହିଛନ୍ତି। ତେବେ ଆସନ୍ତୁ ଜାଣିବା ଜନ୍ ଓ୍ବିକ୍ କିଏ? ଜନ୍ ଓ୍ବିକ ହେଉଛନ୍ତି ଜଣେ ଆମେରିକା ଏକ ହିଟ୍ ଫିଲ୍ମ। ଏହାକୁ ଡେରେନ୍ କୋଲଷ୍ଟେଡ୍ ତିଆରି କରିଥିଲେ। ଏଥିରେ କୋଲଡଷ୍ଟଙ୍କର ୩ଟି ଲିଖିତ ଫିଲ୍ମ ରହିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଚାଡ୍ ଟେଲେସ୍କି କରିଥିଲେ। ଫ୍ରାଞ୍ଚାଇଜ କିୟାନୁ ରିଭସ୍, ଅଭିନେତା ଜନ୍ ଓ୍ବିକ୍ ଓ୍ବେବ୍ ନାମକ ଏକ ଘାତକ ହିଟମ୍ୟାନ୍ ଚରିତ୍ର ଉପରେ ଆଧାରିତ, ଯିଏକି ପ୍ରତିଶୋଧ ଚାହେଁ।
ଏହି ସିରିଜର ଆରମ୍ଭ ୨୦୧୪ରେ ଜନ୍ ଓ୍ବିକ ରିଲିଜ୍ ହେବାପରେ ହୋଇଥିଲା। ଏହାପରେ ଦୁଇଟି ସିକ୍ବେଲ ଆସିଥିଲା। ଜନ୍ ଓ୍ବିକ: ଚାପ୍ଟର ୨, ଯାହାକି ୧୦ ଫେବୃଆରୀ ୨୦୧୭ରେ ରିଲିଜ୍ ହୋଇଥିଲା ଓ ଜନ୍ ଓ୍ବିକ୍ ଚାପ୍ଟର ୩ ପେରାବେଲମ୍ ଯାହାକି ୧୭ ମଇ ୨୦୧୯ରେ ରିଲିଜ୍ ହୋଇଥିଲା। ୩ଟି ଫିଲ୍ମକୁ ଲୋକ ଖୁବ୍ ଭଲ ପାଇଥିଲେ। ସାରା ବିଶ୍ବରେ ଏହି ଫିଲ୍ମର ସିରିଜ୍ ୫୮୦ ମିଲିୟନ ଡଲାରରୁ ଅଧିକ ଅର୍ଥ ଆଦାୟ କରିଥିଲେ।
ଜନ୍ ଓ୍ବିକ୍ ଫିଲ୍ମ ସିରିଜରେ ଏହି କ୍ୟାରେକ୍ଟରକୁ କିୟାନୁ ରିଭ୍ସ ଅଭିନୟ କରିଥିଲେ। ଜନ୍ ଓ୍ବିକ, ଯାହାକି ଏକ ହଲିଉଡ ଫିଲ୍ମ ଓ କାଳ୍ପନିକ କାହାଣୀ ଥିଲା। ଜନ୍ ଓ୍ବିକ ନିଜ କୁକୁରକୁ ହତ୍ୟା କରିଥିବା ଅପରାଧୀଙ୍କଠାରୁ ପ୍ରତିଶୋଧ ନେଇଥିଲେ। ଏହା ହ୍ୟାକରଙ୍କ ଏକ ଚାଲ୍ ହୋଇଥାଏ। ହ୍ୟାକରମାନେ କୌଣସି ଷ୍ଟାରଙ୍କ ନାଁ ଲେଖିଥାନ୍ତି, ଯିଏକି ଖୁବ୍ ପପୁଲାର। ବହୁ ହ୍ୟାକର ମିଷ୍ଟର ରୋବୋଟରୁ ନେଇ ‘ଏଲିୟଟ୍ ଏଲ୍ଡରସନ୍’ ନାମ ମଧ୍ୟ ନେଇଥାନ୍ତି। ମୋଦିଙ୍କ ଟୁଇଟର ହ୍ୟାକ୍ କରିଥିବା ହ୍ୟାକର ଜଣକ ନିଜକୁ ଜନ୍ ଓ୍ବିକ୍ ବୋଲି କହିଛି।
ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକର ବିଟକଏନ୍ ଦାବି କରିଥିଲେ। ହ୍ୟାକରମାନେ ଟୁଇଟ କରି ପିଏମ୍ ନ୍ୟାସନାଲ ରିଲିଫ ଫଣ୍ଡରେ କ୍ରିପ୍ଟୋ କରେନ୍ସି ଜରିଆରେ ଦାନ କରିବାକୁ ଦାବି କରିଥିଲେ। ଏହି ଆକାଉଣ୍ଟ ତାଙ୍କର ବ୍ୟକ୍ତିଗତ ଓ୍ବେବସାଇଟ୍ narendramodi.in ସହିତ ଲିଙ୍କ ଥିଲା। ତାଙ୍କର ଏହି ଆକାଉଣ୍ଟରେ ୨୫ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି।