ମୋତେ ଧମକ ଦିଆଯାଉଛି, ମୁମ୍ବାଇ ମୋତେ ପାକିସ୍ତାନ ଅଧିକୃତ କଶ୍ମୀର ଭଳି ଲାଗିଲାଣି: କଙ୍ଗନା ରାଣାୱତ

0 435
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୩/୦୯ : ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ କ୍ରମାଗତଭାବେ ଚର୍ଚ୍ଚା ଜାରି ରହିଛି। ଏହି ପ୍ରସଙ୍ଗରେ ଅଭିନେତ୍ରୀ କଙ୍ଗନା ରାଣାୱତ ନ୍ୟାୟ ଦାବି କରି ଆରମ୍ଭରୁ ନିଜର ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ଏ ଭିତରେ କଙ୍ଗନା ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଛି | ମୁମ୍ବାଇ ପୁଲିସ ବିଷୟରେ କଙ୍ଗନାଙ୍କ ବିବୃତ୍ତି ପରେ ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ ଯେ, ଯଦି କଙ୍ଗନା ମୁମ୍ବାଇରେ ରହିବାକୁ ଡରୁଛନ୍ତି ତେବେ ସେ ଆଉ ମୁମ୍ବାଇ ଫେରିବା ଉଚିତ୍ ନୁହେଁ। ଯାହା ଉପରେ ବର୍ତ୍ତମାନ କଙ୍ଗନା ନିଜର ବୟାନ ରଖିଛନ୍ତି।

କଙ୍ଗନା ରାଣାୱତ ନିଜ ଜବାବରେ, ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ କହିଛନ୍ତି ଯେ ମୁଁ ମୁମ୍ବାଇକୁ ଫେରିବା ଉଚିତ ନୁହେଁ। ପ୍ରଥମେ ମୁମ୍ବାଇ ରାସ୍ତାରେ ସ୍ୱାଧୀନତାର ସ୍ଲୋଗାନ ଦିଆଯାଇଥିଲା ଏବଂ ବର୍ତ୍ତମାନ ଖୋଲା ଧମକ ଆସୁଛି। ଏବେ ମୁମ୍ବାଇ କାହିଁକି ପାକିସ୍ତାନ ଅଧିକୃତ କଶ୍ମୀର କଶ୍ମୀର ପରି ଲାଗୁଛି? ବୋଲି କହିଛନ୍ତି।

ସୂଚନା ମୁତାବକ, କଙ୍ଗନା ରାଣାୱତ ମୁମ୍ବାଇ ପୁଲିସ କମିଶନର ଏବଂ ମୁମ୍ବାଇ ପୁଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ ​, ଯାହାକୁ ନେଇ ଏବେ ଏକ ନୂଆ ବିବାଦ ଆରମ୍ଭ ହୋଇଯାଇଛି।

Leave A Reply

Your email address will not be published.

15 + 11 =

error: Content is protected !!
Open chat