![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଧର୍ମଗଡ,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯: ଓଡ଼ିଶାକୁ ସ୍ୱତ୍ୱନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆଜିକୁ ୪୨୨ ଦିନ ହେବ ଓଡ଼ିଶାର ୩୧୪ ବ୍ଲକକୁ ପଦଯାତ୍ରା କରୁଛନ୍ତି ଜଣେ ଯୁବକ । ସତ୍ୟବ୍ରତ ଦାସ ଆଜିକୁ ୪୨୨ଦିନ ତଳେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ନିଜ ପଦ ଯାତ୍ରା ଆରମ୍ଭ କରିଥିଲେ । ରାଜ୍ୟରେ ଥିବା ବିଭିନ୍ନ ଜିଲ୍ଲାର ବ୍ଲକ ବିଡ଼ିଓ ମାନଙ୍କ ଜରିଆରେ ସେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଓଡ଼ିଶାକୁ ସ୍ୱତ୍ୱନ୍ତ୍ର ରାଜ୍ୟ ପାହ୍ୟା ନେଇ ଦାବୀପତ୍ର ପ୍ରଦାନ କରୁଛନ୍ତି ।
ଏହି ମହତ ବାର୍ତ୍ତା ଉଦ୍ଦେଶ୍ୟରେ ଆଜି ସତ୍ୟବ୍ରତ ଦାସ କଳାହାଣ୍ଡି ଜିଲ୍ଲାର ଧର୍ମଗଡରେ ପହଞ୍ଚିଛନ୍ତି । ସେ ଧର୍ମଗଡରେ ପହଞ୍ଚିବା ପୂର୍ବୁରୁ କଳାହାଣ୍ଡି ଜିଲ୍ଲା ଯୁବ-ଯାଦବ ମହାସଭାର ଜିଲ୍ଲା ଉପସଭାପତି ଡାକେଶ୍ୱର ଲହଜଳ, ଜିଲ୍ଲା ସାଧାରଣ-ସମ୍ପାଦକ ଲିଙ୍ଗରାଜ ବେହେରା, ଧର୍ମଗଡ ବ୍ଲକ ସଭାପତି ଲବଣି ରାଉତ ଏବଂ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡିର ସଦସ୍ୟ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।