ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୯ : କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଆଜି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।
ଗାଡକରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଗତକାଲି ମୁଁ ଦୁର୍ବଳ ଅନୁଭବ କଲି ଏବଂ ମୋର ଡାକ୍ତରଙ୍କ ସହିତ ପରାମର୍ଶ କରି କରୋନା ପରୀକ୍ଷା କରାଇବାପରେ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଲୋକମାନଙ୍କ ଆଶୀର୍ବାଦ ହେତୁ ମୁଁ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛି। ମୁଁ ଏବେ ସଙ୍ଗରୋଧରେ ରହିଛି। ‘ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ନିକଟରେ ମୋ ସହ ମିଶିଛନ୍ତି ସେମାନେ ସାବଧାନ ରୁହନ୍ତୁ ଏବଂ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ।’