![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୬ : ତଥ୍ୟ ଚୋରି ଅଭିଯୋଗରେ ଟିକ୍ଟକ୍ ସମେତ ୫୯ଟି ଚାଇନା ମୋବାଇଲ୍ ଆପ୍କୁ ଭାରତରେ ବ୍ୟାନ୍ ଘୋଷଣା କରାଯାଇଛି। ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗିରହିଥିବା ବେଳେ ଭାରତ ଚୀନ ଉପରେ ଜୋରଦାର ସାଇବର୍ ଆକ୍ରମଣ କରିଛି। ଦେଶର ଏକତା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି ଆପକୁ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
![](https://i0.wp.com/kalingajyoti.com/wp-content/uploads/2020/06/chines-app-1.jpg?resize=600%2C395)
ଗତ କିଛି ବର୍ଷ ମଧ୍ୟରେ ବୈଷୟିକ ପ୍ରଗତି ଏବଂ ଡିଜିଟାଲ୍ ସ୍ପେସରେ ଏକ ପ୍ରାଥମିକ ବଜାର ବିଷୟରେ ଭାରତ ଏକ ଅଗ୍ରଣୀ ଉଦ୍ଭାବକ ଭାବରେ ଉଭା ହୋଇଛି । ଏଥି ସହିତ, ଡାଟା ସୁରକ୍ଷା ସହ ଜଡିତ ତଥା ୧୩୦ କୋଟି ଭାରତୀୟଙ୍କ ଗୋପନୀୟତା ରକ୍ଷା କରିବା ଦିଗରେ ଚିନ୍ତା ପ୍ରକଟ କରିଛନ୍ତି ସରକାର । ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବିଭିନ୍ନ ଉତ୍ସରୁ ଏ ନେଇ ଅନେକ ଅଭିଯୋଗ ଗ୍ରହଣ କରିଛି । ଯେଉଁଥିରେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ମୋବାଇଲ୍ ଆପ୍ ର ଅପବ୍ୟବହାର ବିଷୟରେ ବ୍ୟବହାରକାରୀଙ୍କ ତଥ୍ୟକୁ ଅନଧିକୃତ ଢଙ୍ଗରେ ଭାରତ ବାହାରେ ଥିବା ସର୍ଭରକୁ ପଠାଇବା ପାଇଁ ଅନେକ ରିପୋର୍ଟ ଆସିଥିଲା ।
![](https://kalingajyoti.com/wp-content/uploads/2020/06/7df258e1-b386-4995-b327-4c371fad861d.jpg)
ଏହାରି ମଧ୍ୟରେ ତଥ୍ୟଚୋରି ଅଭିଯୋଗରେ ଏବଂ ଭାରତର ଏକତା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ଥିବା କାରଣରୁ ଟିକ୍ଟକ୍ ସମେତ ୫୯ଟି ଚାଇନା ମୋବାଇଲ୍ ଆପ୍କୁ ଭାରତରେ ନିଷିଦ୍ଧ ଘୋଷଣା କରାଯାଇଛି। ଏହି ଚାଇନା ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗତ ସପ୍ତାହରେ ଗୁଇନ୍ଦାସଂସ୍ଥାଗୁଡ଼ିକ ସତର୍କତା ଜାରି କରି କରିଥିଲେ । ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଛି ।ଏସବୁ ସଂଦିଗ୍ଧ ଚାଇନା ଆପ ମଧ୍ୟରେ ରହିଛି ଟିକଟକ, ଜୁମ,ସେୟାରଇଟ,ୟୁସି ବ୍ରାଉଜର, ଜେଣ୍ଡର, ୱେଇବୋ , ୟୁସି ନ୍ୟୁଜ, କ୍ଲବ ଫାକ୍ଟ୍ରି, ହେଲୋ, ନ୍ୟୁଜଡଗ, କାମ ସ୍କାନର, କ୍ଲିନ ମାଷ୍ଟର, ଓ୍ଵଣ୍ଡର ସିନେମା, ସ୍ୱିଟ ସେଲଫି, ବିଗୋ ଲାଇଭ,ଏମଆଇ ଭିଡିଓ କଲ, ଓ୍ଵିମିଟ, ଭଲ୍ଟ ହାଇଡ୍, ଭିଗୋ ଭିଡିଓ, ଵିଚାଟ୍, ବିଉଟିପ୍ଲସ୍, କ୍ବାଇ, ରୋମ୍ଵି, ସେଇନ୍, ଫଟୋଵାଣ୍ଡର, ଆପସ୍ ବ୍ରାଉଜର, ଭିଭା ଭିଡିଓ, ଭାଇରସ୍ କ୍ଲିନର, ମାଇ କମ୍ୟୁନିଟି, ଡିୟୁ ରେକର୍ଡର, ୟୁକାମ୍, ମାଇ ଷ୍ଟୋର, ଡିୟୁ ବ୍ରାଉଜର, କ୍ୟାଚ୍କ୍ଲିଅର, କ୍ୟୁକ୍ୟୁ ଲଞ୍ଚର, କ୍ୟୁକ୍ୟୁ ମ୍ୟୁଜିକ୍, କ୍ୟୁକ୍ୟୁ ପ୍ଲେୟାର, ବାଇଦୁ ମ୍ୟାପ୍, ବାଇଦୁ ଟ୍ରାନ୍ସଲେଟ୍, ଓ୍ଵଣ୍ଡର କ୍ୟାମେରା, ଇଏସ୍ ଫାଇଲ୍ ଏକ୍ସପ୍ଲୋରର, ମେଲ୍ ମାଷ୍ଟର, ମାଇ ଭିଡିଓ କଲ୍-ସାଓମି ଏବଂ ପାରାଲେଲ୍ ସ୍ପେସ୍ ଆଦି ରହିଛି।