ହାଇଦ୍ରାବାଦ୍ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ : ହାଇଦ୍ରାବାଦର ଏକ ବର୍ଷ ଓ ୯ମାସର ଆଦିଥ ବିଶ୍ୱନାଥ ଗୌରିଶେଟ୍ଟୀଙ୍କ ପ୍ରଖର ସ୍ମୃତିଶକ୍ତି ଆଗରେ ବୟସ ହାର୍ ମାନିଛି ।ବହୁତ ଖୁବ୍ କମ୍ । ହେଲେ ଏହି ବୟସରେ ସେ ଯାହା କରିଛନ୍ତି ତାହା ସମସ୍ତଙ୍କୁ ଅବିଶ୍ୱସନୀୟ ମନେ ହୋଇଛି । ଆଉ ସେ ଆଜି ପାଲଟି ଯାଇଛନ୍ତି ଜଣେ ଜଣେ ବୁଦ୍ଧିଆ ପିଲା । ୱର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ଓ ଅନ୍ୟ ୪ଟି ରେକର୍ଡ ବୁକ୍ରେ ନିଜ ନାଁକୁ ସ୍ଥାନିତ କରିପାରିଛନ୍ତି । ଆଦିଥ ବିଶ୍ୱନାଥ ଗୌରୀଶେଟ୍ଟୀ ନିଜ ନାଁରେ ସମୁଦାୟ ୫ଟି ରେକର୍ଡ କରିଛନ୍ତି।
ଏତେ କମ୍ ବୟସରେ ଆଦିଥଙ୍କୁ ତାଙ୍କର ପ୍ରଖର ସ୍ମୃତିଶକ୍ତି ପାଇଁ ୱଲର୍ଡ ବୁକ୍ ଅଫ୍ ରେକର୍ଡସ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ, ତେଲୁଗୁ ବୁକ୍ ଅଫ୍ ରେକର୍ଡସ ଓ ଆଉ ଦୁଇଟି ନ୍ୟାସନାଲ ରେକର୍ଡସ ମିଳିଛି । ସେ ଦୁନିଆକୁ ଦେଖାଇ ଦେଇଛନ୍ତି ଯେ ସଫଳତା ବା ରେକର୍ଡ ପାଇଁ ବୟସ ଏକ ମାପକାଠି ନୁହେଁ । ତେଲେଙ୍ଗାନା ରାଜ୍ୟରେ ହାଇଦ୍ରାବାଦର ଆଦିଥଙ୍କୁ ଏହି ବୟସରେ ଏତେ ସଫଳତା ନେଇ ମିଳିଛି ବହୁତ ପ୍ରସଂଶା ।
ଆଦିଥଙ୍କ ମାଆ ସ୍ନୋହିତ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି , ଆଦିଥର ଦୀକ୍ଷ୍ଣ ମେମୋରୀ ପାୱାର ହିଁ ତାକୁ ଆଜି ନିଜ ଗାଁ ଠାରୁ ନେଇ ସାରା ବିଶ୍ୱରେ ପରିଚିତ କରାଇଛି । ପ୍ରତିଷ୍ଠିତ ୱର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ଦ୍ୱାରା ମଧ୍ୟ ପ୍ରମାଣିତ କରାଯାଇଛି । ଯେତେବେଳେ ତାଙ୍କ ବୟସର ପିଲା ନର୍ସରୀ କ୍ଲାସ୍ରେ ରାଇମ୍ ଶିଖିବାରେ ବ୍ୟସ୍ତ ଥାନ୍ତି ଏବଂ ଗପ ଶୁଣୁଖାନ୍ତି , ଏହି ବୟସରେ ଆଦିଥ ବିଭିନ୍ନ ରଙ୍ଗ, ଦେବୀ-ଦେବତା, କାର୍ ଲୋଗୋ, ଇଂରାଜୀ ବର୍ଣ୍ଣମାଳା, ଜୀବଜନ୍ତୁ , ପତାକା, ଫଳ , ଆକାର ଓ ଇଲେକ୍ଟ୍ରନିକ ଉପକରଣ , ଶରୀରର ବିଭିନ୍ନ ଅଙ୍ଗ ଓ ଘରୋଇ ଉପକରଣର ଆଦିର ଫଟୋକୁ ଚିହ୍ନି ସ୍ପଷ୍ଟ କହିପାରନ୍ତି ।