![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଆସନ୍ତାବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି। ଜେନେଭା ନ୍ୟୁଜ୍ କନ୍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ ଏହି ଟିକା ଉପଲବ୍ଧ ହେବ ଯେଉଁଥିରେ ବିଶ୍ୱର ୧୮୯ଟି ଦେଶ ସାମିଲ ହୋଇଛନ୍ତି। ତେବେ ଏଥିରେ ଆମେରିକା ନ ଥିବା ସେ କହିଛନ୍ତି। ଏହି ସବୁ ଦେଶଗୁଡ଼ିକରେ ଯେପରି କରୋନା ଟିକାର ସୁଗମ ବଣ୍ଟନ ହୋଇପାରିବ ତାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ୨୦୨୧ ଶେଷ ସୁଦ୍ଧା ପାଖାପାଖି ୨୦୦ କୋଟିରୁ ଅଧିକ ଟିକା ଯୋଗାଇ ଦେବାପାଇଁ ହୁ ଲକ୍ଷ୍ୟ ରଖିଛି, ଯାହାଫଳରେ ବିଶ୍ୱର ଅନୁବନ୍ଧିତ ଦେଶଗୁଡ଼ିକର ୨୦ ପ୍ରତିଶତ ଜନସଂଖ୍ୟା ଏହି ଟିକା ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, ୬୫ ବର୍ଷରୁ ଅଧିକ ବୟସର ଲୋକ ଏବଂ ସଂକ୍ରମଣ ପ୍ରବଣ ଅଞ୍ଚଳରେ ଏହି ଟିକା ପ୍ରଦାନ କରାଯିବ ବୋଲି ସ୍ୱାମୀନାଥନ କହିଛନ୍ତି।