ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ

0 415
greentech

ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିରେ ଜାମ୍ମୁ କାଶ୍ମୀର ଡିଭିଜନ୍‍ର ୧୭ଟି ଜିଲ୍ଲା ବିକାଶ ପରିଷଦ ଆସନ ରହିଛି। ଏହାଛଡ଼ା ଏହି ପର୍ଯ୍ୟାୟରେ ଖାଲି ପଡ଼ିଥିବା ୫୦ଟି ସରପଞ୍ଚ ଆସନ ଏବଂ ୨୧୬ଟି ପଞ୍ଚ ଆସନ ପାଇଁ ମଧ୍ୟ ମତଦାନ ଅନୁଷ୍ଠିତ ହେଉଛି। କାଶ୍ମୀର ଡିଭିଜନରେ ୪୮ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୧୩୮ ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବେଳେ ଜାମ୍ମୁ ଡିଭିଜନରେ ୩୪ ଜଣ ମହିଳାଙ୍କ ସମେତ ୧୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଅପରାହ୍ଣ ୨ଟା ପର୍ଯ୍ୟନ୍ତ ହେବାକୁ ଥିବା ଏହି ମତଦାନ ପ୍ରକ୍ରିୟାରେ ୭ଲକ୍ଷ ୧୭ହଜାର ୩୨୨ ଜଣ ମତଦାତା ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ। ନିର୍ବାଚନ ପ୍ରକ୍ରିୟାକୁ ସୁରୁଖୁରୁରେ ଶେଷ କରିବା ପାଇଁ ଜାମ୍ମୁରେ ୭୮୧ଟି ଏବଂ କାଶ୍ମୀର ଡିଭିଜନରେ ୧୧୨୯ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିମଧ୍ୟରୁ ୩୪୯ଟି ସମ୍ବେଦନଶୀଳ ଏବଂ ୧୧୫୨ଟି ଅତ୍ୟଧିକ ସମ୍ବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଛି।

Leave A Reply

Your email address will not be published.

sixteen − 4 =

error: Content is protected !!
Open chat