ଦ୍ୱିତୀୟ ଟି-୨୦: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ କଲା କମାଲ , ୨-୦ରେ ଶୃଙ୍ଖଳା ଜିତିଲା ଭାରତ

0 458
greentech

ସିଡନି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସିଡନି କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ପକ୍ଷରୁ ମିଳିଥିବା ୧୯୫ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୪ଟି  ଉଇକେଟ୍‌ ହରାଇ ୧୯.୪ ଓଭରରେ ପୂରା କରିଛି। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ହିରୋ ସାଜିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ସେ ୨୨ଟି ବଲ୍‌ ସମ୍ମୁଖୀନ ହୋଇ ଅପରାଜିତ ୪୨ ରନ୍‌ କରିଛନ୍ତି। ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ସ୍କୋର୍‌ରେ ୩ଟି ଚୌକା ଓ ୨ଟି ଛକା ସାମିଲ ଅଛି। ଏଥି ସହିତ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୦ ହାତେଇ ନେଇଛି। ତୃତୀୟ ତଥା ଅନ୍ତିମ ମ୍ୟାଚ ଆସନ୍ତା ୮ ତାରିଖରେ ଖେଳାଯିବ।

ଭାରତ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ଇଂନିସ ଆରମ୍ଭ କରିଥିଲେ ଲୋକେଶ ରାହୁଲ (୩୦ ରନ୍‌, ୨୨ ବଲ, ୨ ଚୌକା, ୧ ଛକା) ଓ ଶିଖର ଧଓ୍ଵନ (୫୨ ରନ୍‌, ୩୬ ବଲ, ୪ ଚୌକା, ୨ ଛକା)। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ପ୍ରଥମ ଉଇକେଟ୍‌‌ରେ ୫୬ ରନ୍‌ ସଂଗ୍ରହ କରିଥିଲା। ତେବେ ଆଣ୍ଡ୍ରୁ ଟେ ଙ୍କ ଦ୍ୱାରା କେ.ଏଲ୍‌ ରାହୁଲ ଆଉଟ୍‌ ହୋଇଥିଲେ। ଭାରତ ଶିଖର ଧାଓ୍ଵନଙ୍କୁ ହରାଇବା ପୂର୍ବରୁ ସ୍କୋର ୯୫ ରନ୍‌ରେ ପହଂଚି ସାରିଥିଲା।

Leave A Reply

Your email address will not be published.

two × three =

error: Content is protected !!
Open chat