ହାଇଦ୍ରାବାଦ ୦୭/୧୨: ଅଭିନେତ୍ରୀରୁ ରାଜନେତ୍ରୀ ବନିଥିବା ବିଜୟାଶାନ୍ତି ଆଜି ବିଜେପିରେ ଯୋଗଦେବେ। ନୂଆଦିଲ୍ଲୀରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ । ଏହି ମିଶ୍ରଣ ପର୍ବ ପାଇଁ ତେଲଙ୍ଗାନା ବିଜେପି ଶାଖା ମୁଖ୍ୟ ବନ୍ଦି ସଞ୍ଜୟ କୁମାର ହାଇଦ୍ରାବାଦରୁ ଦିଲ୍ଳୀ ଅଭିମୁଖେ ଯାତ୍ରା କରିଛନ୍ତି । ନିକଟରେ ବିଜୟାଶାନ୍ତି କଂଗ୍ରେସରୁ ଇସ୍ତଫା ଦେଇଥିଲେ ।
୨୦୧୪ରେ ସେ କଂଗ୍ରେସରେ ସାମିଲ ହୋଇଥିଲେ । ୧୯୯୭ରେ ସେ ବିଜେପିରେ ଯୋଗଦେଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । କିନ୍ତୁ ପୃଥକ ତେଲଙ୍ଗାନା ରାଜ୍ୟ ଗଠନ ଆନ୍ଦୋଳନ ବେଳେ ସେ ଟିଆରଏସ୍ରେ ସାମିଲ ହୋଇଥିଲେ । ୨୦୦୯ରେ ସେ ଟିଆରଏସ୍ ଟିକେଟରେ ମେଡକ ଆସନରୁ ସଂସଦକୁ ପ୍ରତିନିଧିତ୍ୱ କରିଥିଲେ । କିନ୍ତୁ ୨୦୧୪ରେ ଟିଆରଏସ୍ ଛାଡି କଂଗ୍ରେସ ହାତ ଧରିଥିଲେ ।