![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ବର: ମାର୍ଚ୍ଚ ମାସରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ସମସ୍ତ ସ୍କୁଲ-କଲେଜକୁ ବନ୍ଦ ରଖାଯାଇଥିଲା। ଏବେ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସୁଥିବା ବେଳେ ପୁଣି ଥରେ ସ୍କୁଲ-କଲେଜ ଖୋଲିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଡିିସେମ୍ବର ୧ରୁ କରୋନା କଟକଣା ସହ ରାଜ୍ୟରେ ସମସ୍ତ ମେଡିକାଲ କଲେଜ ଖୋଲିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ଏବେ ରାଜ୍ୟରେ ଥିବା ସମସ୍ତ ଆୟୁଷ ମେଡିକାଲ କଲେଜ(ସରକାରୀ ଆର୍ୟୁବେଦିକ କଲେଜ ଏବଂ ସରକାର ହୋମିଓପାଥିକ୍ କଲେଜ)କୁ ଯେତେଶୀଘ୍ର ସମ୍ଭବ ଖୋଲିବା ପାଇଁ କହିଛନ୍ତି ରାଜ୍ୟ ସରକାର। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।
![](https://i0.wp.com/kalingajyoti.com/wp-content/uploads/2020/12/t-101.jpg?resize=826%2C1024&ssl=1)
ଏ ନେଇ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୁଷ ନିର୍ଦ୍ଦେଶକଙ୍କ ସମେତ ସରକାରୀ ଆର୍ୟୁବେଦିକ କଲେଜ ଏବଂ ସରକାର ହୋମିଓପାଥିକ୍ କଲେଜର ପ୍ରିନ୍ସିପାଲଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା କଟକଣାକୁ ମାନି ସମସ୍ତ ଆୟୁଷ ମେଡିକାଲ କଲେଜ ଖୋଲିବାକୁ ଚିଠିରେ ଲେଖାଯାଇଛି।