
ଓ୍ଵାସିଂଟନ୍: ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍ଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିବା ଲାଗି ଚୀନ୍ର ଶୀର୍ଷସ୍ତରୀୟ କୂଟନୀତିଜ୍ଞ ପ୍ରସ୍ତାବ ଦେବା ସହ ଚେତାଇ ଦେଇଛନ୍ତି ଯେ, ବେଜିଙ୍ଗ୍ର ଅନେକ ଆମେରିକୀୟ ସମାଲୋଚକ ‘ପ୍ରମାଣ ନ ଥିବା କମ୍ୟୁନିଷ୍ଟ୍ ବିରୋଧୀ’ ବାତାବରଣ ସୃଷ୍ଟି କରିବା ସହ ପାରସ୍ପରିକ ସ୍ୱାର୍ଥକୁ ଉପେକ୍ଷା କରୁଛନ୍ତି।

ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ଆକ୍ରମଣାତ୍ମକ ମନୋଭାବ ପ୍ରତି ଉଦ୍ଦେଶ୍ୟ କରି ଚୀନ୍ର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍ ୟି କହିଛନ୍ତି ଯେ, ଜାନୁଆରି ୨୦ରେ ବାଇଡେନ୍ ଦାୟିତ୍ୱ ଗ୍ରହଣ କରିବା ପରେ ଆଲୋଚନା ମାଧ୍ୟମରେ ବିଶ୍ୱର ଦୁଇ ବୃହତ୍ ଅର୍ଥନୈତିକ ଶକ୍ତିଙ୍କ ମଧ୍ୟରେ ‘ପାରସ୍ପରିକ ବିଶ୍ୱାସ’ ଫେରିଆସିବ।
ମହାମାରୀ ପ୍ରସଙ୍ଗରେ ଓ୍ଵାଙ୍ଗ୍ କହିଲେ ଯେ, ଟିକା ପ୍ରସ୍ତୁତିରେ ବେଜିଙ୍ଗ୍ ଓ ଓ୍ଵାସିଂଟନ୍ ସହଯୋଗ କରି ୟୁରୋପୀୟ ଦେଶମାନଙ୍କୁ ସହଯୋଗ କରିପାରିବା।
‘ଇଣ୍ଟେଲେକ୍ଚୁଆଲ୍’ ବା ବୌଦ୍ଧିକ ସମ୍ପତ୍ତି ଚୋରି, ବ୍ୟାପକ ଗୁପ୍ତଚରଗିରି ଆଦି କାରଣରୁ ଚୀନ୍ ସହ ଯୁକ୍ତରାଷ୍ଟ୍ର ଆମେରିକାର ବର୍ଷ ବର୍ଷର ସହଯୋଗ ସମ୍ପର୍କରେ ଟ୍ରମ୍ପ୍ ପ୍ରଶାସନ ତିକ୍ତତା ସୃଷ୍ଟି କରିଥିଲା।