![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ୱାଶିଂଟନ: କ୍ୟାପିଟଲ ହିଂସା ଘଟଣା ପରଠାରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଜନସାଧାରଣଙ୍କ ରାଗ ଶାନ୍ତ ହୋଇନାହିଁ। ଏବେ ଟ୍ବିଟରର ମୁଖ୍ୟ ବତ୍ତୀୟ ଅଧିକାରୀ (ସିଏଫଓ) ନେଡ୍ ସେଗଲ କହିଛନ୍ତି ଯେ, ଟ୍ରମ୍ପଙ୍କୁ ଆଉ କେବେ ବି ଟ୍ବିଟରକୁ ଫେରିବାକୁ ଅନୁମତି ଦିଆଯିବ ନାହିଁ।
ଏକ ଇଣ୍ଟର୍ଭ୍ୟୁ ସମୟରେ ସେଗଲ କହିଛନ୍ତି ଯେ, ପୂର୍ବତନ ରାଷ୍ଟ୍ରପତିଙ୍କ ଟ୍ବିଟର ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି। ଏହା ଆଉ କେବେ ପ୍ରତ୍ୟାହାର ହେବ ନାହିଁ। ସେ କହିଛନ୍ତି, ଯେତେବେଳେ ଆପଣଙ୍କୁ ଏକ ପ୍ଲାଟଫର୍ମରୁ ହଟାଇ ଦିଆଯାଉଛି, ସେତେବଳେ ଆପଣଙ୍କୁ ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଏ। ସେ ଜଣେ ଟିପ୍ପଣୀକାର ହୁଅନ୍ତୁ କି ଜଣେ ସିଏଓ ଅଥବା ପୂର୍ବତନ କିମ୍ବା ବର୍ତ୍ତମାନର ଜଣେ ବଡ଼ ନେତା ହୁଅନ୍ତୁ।
ଟ୍ବିଟର ସିଏଫଓ ସେଗଲ କହିଛନ୍ତି ଯେ, ଗତ ଜାନୁୟାରୀ ୬ ତାରିଖରେ ଆମେରିକା କ୍ୟାପିଟଲ ହିଂସା ପରେ ଟ୍ରମ୍ପଙ୍କୁ ଟ୍ବିଟରରୁ ସ୍ଥାୟୀ ଭାବେ ପ୍ରତିବନ୍ଧିତ କରିଦିଆଯାଇଥିଲା। ଏହା ସହିତ ଟ୍ବିଟର ତାଙ୍କର କିଛି ହାଇପ୍ରୋଫାଇଲ ସମର୍ଥକଙ୍କ ସହିତ ଭୁଲ ସୂଚନା ଶେୟାର କରାଯାଇଥିବା ୭୦ ହଜାରରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା।