![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର : ଦୁର୍ନୀତି ଅଭିଯ଼ୋଗରେ ଝାରପଡ଼ା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯ଼ାଇଛି । ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନରେ ରଖାଯ଼ାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି।
ଗୁରୁବାରଦିନ ଝାରପଡ଼ା ଜେଲ୍ରେ ଥିବା ୧୦୦ରୁ ଅଧିକ କଏଦୀଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ଭିତରୁ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । କୋଭିଡ୍ ଆକ୍ରାନ୍ତ ସମସ୍ତ କଏଦୀଙ୍କୁ ଆଇସୋଲେସନ୍ କରି ରଖାଯାଇଛି। ସେମାନଙ୍କ ମଧ୍ୟରେ ପାଣିଗ୍ରାହୀ ଓ ପାଠକ ଥିଲେ ।