କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୧/୦୭: ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ଧିରେ ଧିରେ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଚୀନ ସମାଗ୍ରୀ ବର୍ଜନର ନାରା ଜୋର ଧରିଛି। ଏପରି ପରିସ୍ଥିତିରେ ଦିଲ୍ଲୀ ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନର ବଡ ନିଷ୍ପତ୍ତି ନେଇଛି। ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନର ନିଷ୍ପତ୍ତି ଅନୁସାରେ ଏଣିକି କୌଣସି ଚୀନ୍ ନାଗରିକଙ୍କୁ ଦିଲ୍ଲୀରେ ଟ୍ୟାକ୍ସି ସେବା ମିଳିବନାହିଁ।
ଦିଲ୍ଲୀର ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନ୍ ଉପାଧ୍ୟକ୍ଷ କମଲ ଛିବରଙ୍କ ସୂଚନା ଅନୁସାରେ, ସଂଘ ନିଷ୍ପତ୍ତି ନେଇଛି ସେମାନଙ୍କ ଗାଡ଼ିରେ କୌଣସି ଚୀନ ନାଗରିକଙ୍କୁ ବସାଇବେ ନାହିଁ । କମଲ କହିଛନ୍ତି ଯେ ୫୦୦ ରୁ ଅଧିକ ଟ୍ୟାକ୍ସି ଅପରେଟର ଦିଲ୍ଲୀର ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନ୍ ସହିତ ଜଡିତ। ଏଭଳି ପରିସ୍ଥିତିରେ ଏହି ନିଷ୍ପତ୍ତିରେ ସମସ୍ତେ ସହମତ ହୋଇଛନ୍ତି । କିଛି ଟ୍ରାଭେଲ୍ ଏଜେନ୍ସୀ ସେମାନଙ୍କ ଅଫିସ ଆଗରେ ଏସମ୍ପର୍କିତ ନୋଟିସ୍ ବି ମାରିଛନ୍ତି । ଏପରିକି ଟାକ୍ସି ମାଲିକ ଗାଡ଼ିରେ ବି ଚୀନ୍ ନାଗରିକଙ୍କ ଉପରେ ନିଷେଧାଦେଶ ଜାରି ହୋଇଥିବା ନେଇ ନୋଟିସ ମଧ୍ୟ ଲଗାଇ ସାରିଲେଣି ।
ସୂଚନାଯୋଗ୍ୟ ଦିଲ୍ଲୀର ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନ୍ ଚୀନ୍ ନାଗରରିକଙ୍କୁ ଟ୍ୟାକ୍ସି ସେବା ପ୍ରଦାନ ନକରିବା ନିଷ୍ପତ୍ତି ପୂର୍ବରୁ ଦିଲ୍ଲୀର ହୋଟେଲ ସଂଘ ମଧ୍ୟ ଚୀନ ନାଗରିକଙ୍କୁ ହୋଟେଲରେ ରଖିବେନି ବୋଲି ନିଷ୍ପତ୍ତି ନେଇଛନ୍ତି।