![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ : ମାଗଣା ଟିକା ସହ ମାଗଣା ରାସନ ଦେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। କରୋନା ପାଇଁ ଜୀବିକା ବିପନ୍ନ ହୋଇଥିବାରୁ ମାଗଣା ରାସନ ଦେବାକୁ ମୋଦୀ ଆଜି ଘୋଷଣା କରିଛନ୍ତି । ନଭେମ୍ବର ଯାଏଁ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେବାକୁ ମୋଦୀ ଘୋଷଣା କରିଥିବାବେଳେ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏହି ରାସନ ଦିଆଯିବ । ମୋଦୀ କହିଛନ୍ତି ଯେ ଦୀପାବଳି ଯାଏଁ ଗରିବଙ୍କୁ ମାଗଣାରେ ରାସନ ଦିଆଯିବ ।
ମୋଦୀ କହିଛନ୍ତି ଯେ ସରକାର କୌଣସି ପରିବାରକୁ ଭୋକରେ ଶୋଇବାକୁ ଦେବେନି । ତେଣୁ ନଭେମ୍ବର ଯାଏଁ ମାଗଣା ରାସନ ଦେବାର ସୀମାକୁ ବଢାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ଭୂତାଣୁ ମହାମାରୀର ପ୍ରଥମ ଲହରୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ୮ ମାସ ପାଇଁ ମାଗଣା ରାସନ ଦିଆଯାଇଥିଲା ।
ମୋଦୀ କହିଛନ୍ତି ଯେ ଚଳିତ ବର୍ଷ ମହାମାରୀର ଦ୍ୱିତୀୟ ଲହରୀ ହେତୁ ଏହି ଯୋଜନା ମେ ଏବଂ ଜୁନ୍ ମାସ ପାଇଁ ବୃଦ୍ଧି କରାଯାଇଥିଲା ଏବଂ ଆଜି ଦୀପାବଳି ପର୍ଯ୍ୟନ୍ତ ଏହି ଯୋଜନାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ମହାମାରୀର ଏହି ସମୟରେ ସରକାର ଗରିବଙ୍କ ପ୍ରତ୍ୟେକ ଆବଶ୍ୟକତା ସହ ଛିଡା ହୋଇଛନ୍ତି। ଅର୍ଥାତ୍ ନଭେମ୍ବର ସୁଦ୍ଧା ୮୦ କୋଟିରୁ ଅଧିକ ଦେଶବାସୀ ପ୍ରତ୍ୟେକ ମାସରେ ନିର୍ଦ୍ଦିଷ୍ଟ ପରିମାଣରେ ମାଗଣା ଖାଦ୍ୟଶସ୍ୟ ପାଇବେ।”