ଟ୍ରାଜେଡି କିଙ୍ଗ ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ

0 378
greentech

ମୁମ୍ବଇ : ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ। ମୁମ୍ବାଇର ହିନ୍ଦୁଜା ହସ୍‌ପିଟାଲରେ ଭର୍ତ୍ତି। ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବଇର ହିନ୍ଦୁଜା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କୁ ହିନ୍ଦୁଜା ହସପିଟାଲର ସ୍ବତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା କରୁଛନ୍ତି ବୋଲି ପତ୍ନୀ ସାଇରା ବାନୁ ସୂଚନା ଦେଇଛନ୍ତି।
ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଛାତିରେ ଯନ୍ତ୍ରଣା ସହିତ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଜି ସକାଳେ ଚିକିତ୍ସା ପାଇଁ ମୁମ୍ବଇର ହିନ୍ଦୁଜା ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କାର୍ଡିଓଲୋଜିଷ୍ଟ ଡା.ନୀତିନ ଗୋଖଲେ ଏବଂ ପଲ୍‌ମୋନୋଲୋଜିଷ୍ଟ ଡା. ଜାଲିଲ ପର୍କାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅଭିନେତା ଦିଲ୍ଲୀପ କୁମାରଙ୍କ ଚିକିତ୍ସା ଜାରି ରହିଛି। ଦିଲ୍ଲୀପ କୁମାରଙ୍କୁ ଅକ୍ସିଜେନ ଲଗାଯାଇ ଚିକିତ୍ସା ଚାଲିଥିବାବେଳେ ତାଙ୍କ ସ୍ବାସ୍ଥ ଅବସ୍ଥା ସ୍ଥିର ରହିଛି। ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସିଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି। ଜାତୀୟ କଂଗ୍ରେସ ପାର୍ଟି (ଏନ୍‌ସିପି)ମୁଖ୍ୟ ଶରଦ ପାୱାର ହସ୍‌ପିଟାଲକୁ ଯାଇ ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି।

Leave A Reply

Your email address will not be published.

4 × 5 =

error: Content is protected !!
Open chat