ଅନ୍‌ଲାଇନ୍ ଠକେଇ ଅଭିଯୋଗ: ୨ ଜଣ ଡିପ୍ଲୋମା ଛାତ୍ର ଗିରଫ, ୧ ଲକ୍ଷ ଟଙ୍କା ଜବତ

0 445
greentech

ଭୁବନେଶ୍ୱର : କରୋନା ଭାଇରସ୍ ମହାମାରୀ ସମୟରେ ଡିଜିଟାଲ ପେମେଣ୍ଟ ତଥା ଡିଜିଟାଲ ମାଧ୍ୟମରେ ଅଧିକାଂଶ ଆର୍ଥିକ କାମ କରୁଥିବା ବେଳେ ଏଥିରେ ଅନେକ ଲୋକ ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି । ରାଜଧାନୀ ଭୁବନେଶ୍ୱରରୁ ଅନ୍‌ଲାଇନ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ୨ ଜଣ ଡିପ୍ଲୋମା ଛାତ୍ର ଗିରଫ ହୋଇଛନ୍ତି । କମିସନରରେଟ ପୁଲିସ ଏହି ସୂଚନା ଦେଇଛି ।

ପୁଲିସର ସୂଚନା ଅନୁସାରେ ଜାମତରା ଗ୍ୟାଙ୍ଗ ଷ୍ଟାଇଲରେ ଲୋକଙ୍କ ଠାରୁ ଅନ୍‌ଲାଇନ୍ ଠକେଇ କରୁଥିବା ୨ ଜଣ ଡିପ୍ଲୋମା ଛାତ୍ର ଗିରଫ ହୋଇଛନ୍ତି । ଗିରଫ ୨ ଛାତ୍ର ପୁରୀ ଅଂଚଳର ବୋଲି ପୁଲିସ ସୂଚନା ଦେଇଛି । ଉଭୟ ଡିପ୍ଲୋମା ଛାତ୍ର ଲୋକଙ୍କୁ ଲୋଭ ଦେଖାଇ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ତଥ୍ୟ ହାସଲ କରୁଥିଲେ । ତଥ୍ୟ ମିଳିବା ପରେ ଲୋକଙ୍କର ଆକାଉଣ୍ଟରୁ କୌଶଳ କ୍ରମେ ଟଙ୍କା ଉଠାଇ ନେଉଥିଲେ । ପୁଲିସ ଅଭିଯୁକ୍ତମାନଙ୍କର ଠାରୁ ୧ ଲକ୍ଷ ଟଙ୍କା ଜବତ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ରାଜ୍ୟର ଏକାଧିକ ଥାନାରେ ପୂର୍ବରୁ ମାମଲା ରହିଛି ।

ସୂଚନାଯୋଗ୍ୟ, ଦିନକୁ ଦିନ ସାଇବର ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି । ଯୁବପିଢ଼ି ଏଥିରେ ଅଧିକ ଶିକାର ହେଉଛନ୍ତି । ଏହାର କାରଣ ହେଉଛି ଲୋଭ । କମ ଖର୍ଚ୍ଚରେ ଅଧିକ ପାଇବା ଆଶାରେ ଯୁବପିଢ଼ି ଅନ୍‌ଲାଇନ୍‌କୁ ପ୍ରଶୟ ଦେଉଛନ୍ତି । କିନ୍ତୁ ଅନେକ ସମୟରେ ଭୁଲ ଠିକଣାରେ ପହଂଚିଯାଇଥିବାରୁ ଠକେଇର ଶିକାର ହେଉଛନ୍ତି ।

Leave A Reply

Your email address will not be published.

6 − 5 =

error: Content is protected !!
Open chat