ଉତ୍ତର-ପୂର୍ବାଞ୍ଚଳକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ

0 341
greentech

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହୋଇ ଭାରତର ଉତ୍ତର-ପୂର୍ବ ରାଜ୍ୟ, ଉତ୍ତର-ପଶ୍ଚିମ ବଙ୍ଗକୁ ଛୁଇଁଛି । ଏହାର ପ୍ରଭାବରେ ସ୍କିକିମ, ଅରୁଣାଚଳପ୍ରଦେଶ, ମେଘାଳୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯ଼ାଇଛି ।
ଏହାଛଡ଼ା ମୌସୁମୀ ମଧ୍ୟ କେନ୍ଦ୍ରୀୟ ଆରବ ସାଗରରେ ଆଉ କିଛି ଅଂଶ, ସମଗ୍ର ଉପକୂଳ କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ରର କିଛି ଅଂଶ, ଉତ୍ତର ଓ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି ଅଂଶ, ତାମିଲନାଡ଼ୁ ଆଉ କିଛି ଅଂଶ, କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳକୁ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯ଼ାଇଛି ।

ଆଗାମୀ ୨୪ ଘଣ୍ଟାରେ ମୌସୁମୀ ସମଗ୍ର କର୍ଣ୍ଣାଟକ, ମହାରାଷ୍ଟ୍ରର ଆଉ କିଛି ଅଂଶ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଆଉ କିଛି ଅଂଚଳକୁ ଛୁଇଁବାର ସମ୍ଭାବନା ରହିଛି ।
ମୌସୁମୀର ଏପରି ଅଗ୍ରଗତି ରହିଲେ ଆସନ୍ତା ୧୧ କିମ୍ବା ୧୨ ତାରିଖ ଆଡ଼କୁ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି । ତେବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୦ ତାରିଖଠାରୁ ହିଁ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯ଼ିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.

one × four =

error: Content is protected !!
Open chat