ନୂଆଦିଲ୍ଲୀ ୦୬/୦୭/୨୦୨୧ କଳିଙ୍ଗ ଜ୍ଯୋତି : କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ଟ୍ୱିଟର ପାଳନ କରିନଥିବା ନେଇ କହିଛି। ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦିଲ୍ଲୀ ହାଇକୋର୍ଟରେ ଟ୍ୱିଟରେ ମାନିଛି। ଏହାପରେ ହାଇକୋର୍ଟ କହିଛନ୍ତି, ନିଜ ତରଫରୁ ଟ୍ୱିଟରକୁ କୌଣସି ସୁରକ୍ଷା ଦେଇପାରିବୁ ନାହିଁ। ସରକାର ଟ୍ୱିଟର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ୱତନ୍ତ୍ର ବୋଲି କୋର୍ଟ ଟିପ୍ପଣୀ କରିଛନ୍ତି।
ନୂତନ ଆଇଟି ନିୟମ ନିୟମ ଲାଗୁ ହେବା ପରେ ଏବେ ଯାଏଁ କୌଣସି ଅଭିଯୋଗ ଅଧିକାରୀ ନିଯୁକ୍ତ ନକରିବା ନେଇ ଟ୍ୱିଟର ବିରୋଧରେ ଅଭିଯୋଗ କରାଯାଇଥିଲା। ଏହି ଆବେଦନର ଶୁଣାଣି ବେଳେ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଟ୍ୱିଟର ନିୟମ ପାଳନରେ ଅବହେଳା କରୁଥିବା ନେଇ ମତ। କେନ୍ଦ୍ରସରକାର ହଁ ଜଣାଇବା ସହ ଟ୍ୱିଟର ପକ୍ଷ ରଖୁଥିବା ଓକିଲ ମଧ୍ୟ ଆଇଟି ନିୟମ ପାଳନ କରି ନାହାଁନ୍ତି ବୋଲି ଜଣାଇଥିଲେ।