ଭୁବନେଶ୍ବର ୦୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଓଡିଶା ପାଇପ ଜଳ କର୍ମଚାରୀ ସଙ୍ଘର ପୂର୍ବ ନିଷ୍ପତି ଅନୁସାରେ ଆଜି ସର୍ବୋଚ୍ଚ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗ ,ଉନ୍ନତି ଭବନରେ ସାମ୍ନାରେ ଗଣ ଧାରଣା କାର୍ଯ୍ୟକ୍ରମ କରାଯଇଥିଲା। ପୁରୀ ଖଣ୍ଡର ଶତାଧିକ କର୍ମଚାରୀ ମାନଙ୍କ ୨ ମାସର ଦରମା ପ୍ରଦାନ, ୱାଟକୋ ବ୍ୟବସ୍ଥା ବନ୍ଦ କରାଯାଉ ନଚେତ ଯେଉଁ ଖଣ୍ଡକୁ ୱାଟକୋ ଖଣ୍ଡ କରାଯାଉଛି, ଉକ୍ତ ସ୍ଥାନରେ ନୂତନ P. H. DIVISISION (ପି. ଏଚ ଖଣ୍ଡ ) ଗଠନ ,କର୍ମଚାରୀ ମାନଙ୍କ ଚାକିରୀର ସ୍ଥାୟୀତ୍ୱ, ସୁରକ୍ଷା ଓ ଆର୍ଥିକ ସୁବିଧା ଇତ୍ୟାଦି ଦାବିଗୁଡିକୁ ନେଇ କର୍ମଚାରୀଙ୍କ ଦ୍ଵାରା ଧାରଣା ଦିଆଯାଇଥିଲା। ପୁରୀ ଖଣ୍ଡ କର୍ମଚାରୀ ଭୁବନେଶ୍ୱର ଖଣ୍ଡରୁ ଦରମା ପାଇବା ଅତ୍ୟନ୍ତ ଦୁଃଖର ବିଷୟ।
ଜଣେ ପୁରୀ କର୍ମଚାରୀ ତାର କାର୍ଯ୍ୟ ପାଇଁ ଭୁବନେଶ୍ୱର ଆସିଲେ ଆର୍ଥିକ ବୋଝ ପଡିବ।ତେଣୁ ରାଜ୍ୟ ସଙ୍ଘର ଆଜିକାର ଧାରଣା ନିଷ୍ପତି ଅନୁସାରେ ତୁରନ୍ତ କଟକ, ପୁରୀ ଓ ନୟାଗଡରେ ନୂତନ ଡିଭିଜନ ଗଠନ କରାଯିବାକୁ ନେଇ ଦାବି ପରିପ୍ରେକ୍ଷୀରେ ମୁଖ୍ୟ ଯନ୍ତ୍ରୀ ରାଜ୍ୟ ସଙ୍ଘ ସହ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ।ଉକ୍ତ ଧାରଣରେ ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି, ରାଜ୍ୟ ଉପସଭାପତି ଯଦୁମଣି ପ୍ରଧାନ, କ୍ଷୀରୋଦ ବେଉରା, ସନ୍ତୋଷ ରଥ, ଶ୍ରୀଧର ନାୟକ ,ଉମାକାନ୍ତ ନବ୍ଦ, ଗୁରୁ ଚରଣ ପାତ୍ର, ଲାଲମୋହନ ବିଶ୍ୱାଳ, ଶରତ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଯଦି ଉକ୍ତ ସମସ୍ଯା ଗୁଡିକର ସମାଧାନ ନିର୍ଦ୍ଧାରିତ ସମୟ ଭିତରେ କରା ନ ଯାଏ ତାହା ହେଲେ ଏକ ବୃହତ୍ତର ଆନ୍ଦୋଳନ କରାଯିବ ପାଇଁ ସଂଘର ନିଷ୍ପତ୍ତି କ୍ରମେ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।