![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ / ବେଙ୍ଗାଲୁରୁ ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : କର୍ଣ୍ଣାଟକକୁ ଆଜି ନୂଆ ମୁଖ୍ୟମନ୍ତ୍ରୀ ମିଳି ଯାଇଛି । ବିଏସ୍ ୟେଦିୟୁରପ୍ପା ସୋମବାର ନିଜ ପଦରୁ ଇସ୍ତଫା ଦେଇଥିଲେ , ଏହାପରେ ଆଜି ବେଙ୍ଗାଲୁରୁରେ ବିଜେପି ବିଧାୟକ ଦଳର ବସବରାଜ ବୋମ୍ମଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି ।
କାର୍ଯ୍ୟବାହୀ ସିଏମ୍ ୟେଦିୟୁରପ୍ପା କେନ୍ଦ୍ରୀୟ ମନ୍ତ୍ରୀଙ୍କ ଜି କିଶନ ରେଡ୍ଡୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ହୋଟେଲରେ ପହଞ୍ଚିଥିଲେ । ସେଠାରେ ବିଧାୟକ ଦଳର ବୈଠକ ହୋଇଥିଲା । ବୈଠକରେ ବସବରାଜ୍ଙ୍କ ନାମରେ ମୋହର ବାଜିଥିଲା । ଏହି ଭିତରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଥିବା ବସବରାଜ ବୋମ୍ମଇ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଥିଲେ ।