ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲା ହାଇକୋର୍ଟ ନିର୍ଦ୍ଦେଶ ବିନା ପ୍ରତ୍ୟାହାର କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ହାଇକୋର୍ଟଙ୍କ ଅନୁମତି ବିନା ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିପାରିବେ ନାହିଁ। ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।
ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ଖୁବ କମ ସମୟ ମଧ୍ୟରେ ରାଜ୍ୟ ସରକାର ପ୍ରତ୍ୟାହାର କରିନେଉଥିବା ନେଇ ଅଭିଯୋଗ କରାଯାଇଥିବା ଏକ ଆବେଦନର ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ। ଶୁଣାଣି ସମୟରେ ଆମିକସ୍ କ୍ୟୁରି ବିଜୟ ହାନସରିଆଙ୍କ ଦ୍ବାରା ସାଂସଦ ତଥା ବିଧାୟକଙ୍କ ବିରୋଧରେ ଚାଲିଥିବା ବିଚାରର ସ୍ଥିତି ଉପରେ ଦିଆଯାଇଥିବା ରିପୋର୍ଟକୁ ଆଧାର କରି ଖଣ୍ଡପୀଠ ଏହି ବିବୃତ୍ତି ଦେଇଛନ୍ତି।
ରାଜ୍ୟ ସରକାର ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବା ଏକ ବଡ଼ ସମସ୍ୟା । କର୍ଣ୍ଣାଟକ ସରକାର ଏଭଳି ୬୧ନେତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶରେ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ହାଇକୋର୍ଟର ନିର୍ଦ୍ଦେଶ ବିନା ମାମଲା ପ୍ରତ୍ୟାହାରକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଖଣ୍ଡପୀଠ।