ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା। ଦିଲ୍ଲୀର ବ୍ରାର ସ୍କୋୟାରରେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ଶେଷକୃତ୍ୟ କ୍ରିୟା ସମ୍ପନ୍ନ ହୋଇଛି। ଶେଷକୃତ୍ୟ କ୍ରିୟା କାର୍ଯ୍ୟ ୨ ଝିଅ କ୍ରିତିକା ଓ ତାରିଣୀ ସମ୍ପନ୍ନ କରିଛନ୍ତି। ଶେଷ ସମ୍ମାନ ରୂପେ ସିଡିଏସ୍ ରାୱତଙ୍କୁ ୧୭ ତୋପ ସଲାମୀ ଦିଆଯାଇଛି। ଉଭୟ ଜେନେରାଲ ରାଓ୍ବତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କୁ ଗୋଟିଏ ଜୁଇରେ ଅନ୍ତିମ ସତ୍କାର କରାଯାଇଛି ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଛନ୍ତି।
ଏହାପୂର୍ବରୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ନେତା ରାହୁଲ ଗାନ୍ଧି, ଏନଏସଏ ଅଜିତ ଡୋଭାଲ ପ୍ରମୁଖ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଜେନେରାଲ ରାଓ୍ବତଙ୍କ ପାର୍ଥିବ ଶରୀରକୁ କ୍ୟାଣ୍ଟନମେଣ୍ଟରୁ ବରାର ସ୍କ୍ବେୟାର ନେବାବେଳେ ରାସ୍ତାର ଦୁଇପାଖରେ ପ୍ରବଳ ଜନସମାଗମ ହୋଇଥିଲା । ସାଧାରଣ ଲୋକେ ବହୁ ସଂଖ୍ୟାରେ ଜମା ହୋଇ ନିଜର ପ୍ରିୟ ସେନାପତିଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ ।