୨୦ ଦିନ ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ

0 639
greentech

ଭୁବନେଶ୍ବର ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୋଟିଏ ଦିନ ବି ଚାଲି ପାରିଲାନି ଗୃହ । କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକମାନେ ହଙ୍ଗାମା କରିଥିଲେ। ବିରୋଧୀଙ୍କ ଝଡ଼ରେ ଧୋଇଗଲା ଶୀତକାଳୀନ ଅଧିବେଶନ । ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି । ହାଉସର କୌଣସି ବିଜନେସ ନଥିବାରୁ ଏବଂ କୋଭିଡ ସଂକ୍ରମଣ ଦୃଷ୍ଟିରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବାକୁ ପ୍ରସ୍ତାଵ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ସେପଟେ ଏହି ସମୟରେ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିଲେ ।

ତେବେ ଏହି ୯ ଦିନରେ ପ୍ରାୟ ୨ଘଣ୍ଟା ବି ଠିକ ଭାବେ ଚାଲିପାରିଲାନି ଗୃହ । କଂଗ୍ରେସ ଓ ବିଜେପିର ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା । ମମିତା ମେହେର ହତ୍ୟାକାଣ୍ଡକୁ ନେଇ ହୁଲୁସ୍ତଲ ହୋଇଥିଲା ବିଧାନସଭା । କଂଗ୍ରେସ ପ୍ରଥମ ଦିନରୁ ବିଧାନସଭାରେ ତାଲା ପକାଇ ପ୍ରତିବାଦକୁ ଜୋରଦାର କରିଥିଲା । ବିଜେପି ମଧ୍ୟ ଗଙ୍ଗା ଜଳ ଓ ଗୋବର ପାଣି ଛିଛି ପ୍ରତିବାଦ କରିଥିଲା । ଶାସକ ଦଳ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଏପରିକି କି ଗୋଟିଏ ଦିନ ବି ପ୍ରଶ୍ନକାଳ ଚାଲି ପାରିନ ଥିବା ବେଳେ ଗୋଟିଏ ବି ମୁଲତବୀ ପ୍ରସ୍ତାଵ ଆଲୋଚନା ହୋଇ ପାରିନି । ପ୍ରବଳ ହଟଗୋଳ ଭିତରେ ପାରିତ ହୋଇଛି ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ । ଏହା ସହିତ ସରକାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି ।

Leave A Reply

Your email address will not be published.

16 − four =

error: Content is protected !!
Open chat