୨୫ରେ ପହଞ୍ଚିଲା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

0 481
greentech

ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଯାଇଛି । ଗୁଜୁରାଟର ଜାମନଗରରେ ଆଉ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ବାହାରିବା ପରେ ମୋଟ ସଂଖ୍ୟା ୨୫ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

ଏହି ୨ ଜଣ ଓମିକ୍ରନ ଆକ୍ରାନ୍ତ ପୂର୍ବରୁ ଜାମନଗରରେ ଚିହ୍ନଟ ହୋଇଥିବା ଦେଶର ୪ର୍ଥ ଓମିକ୍ରନ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି । ଏହି ୩ ଜଣ ଆକ୍ରାନ୍ତ ହସପିଟାଲରେ ଚିକିତ୍ସିତ ହେଉଛନ୍ତି, ତେବେ ସେମାନଙ୍କ ଶରୀରରେ କୌଣସି ଲକ୍ଷଣ ନାହିଁ ବୋଲି ଜାମନଗର ମ୍ୟୁନିସିପାଲ କମିଶନର ବିଜୟ କୁମାର କରାଡି କହିଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀରେ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ଯେ ଟିକା ନେଲେ ମଧ୍ୟ ଆମକୁ କୋଭିଡ୍ ଆଚରଣବିଧି ପାଳନ କରିବାକୁ ହେବ । ୟୁରୋପରେ ଅନେକ ଲୋକ ଟିକା ନେଇଥିଲେ ବି ସେଠାରେ ପୁଣି ସଂକ୍ରମଣ ବୃଦ୍ଧି ପାଉଛି । ଏହାର କାରଣ ହେଉଛି, କଟକଣା କୋହଳ ହେବା ପରେ ସେଠାରେ ଲୋକମାନେ କଟକଣା ମାନିନଥିଲେ । ଏଣୁ ଆମକୁ ସବପ୍ରକାରର କଟକଣାକୁ ମାନିବାକୁ ପଡ଼ିବ ।

ସେ କହିଛନ୍ତି ଯେ, ବର୍ତ୍ତମାନ ଚିହ୍ନଟ ହୋଇଥିବା ସମସ୍ତ ୨୫ ଓମିକ୍ରନ ଆକ୍ରାନ୍ତଙ୍କ ଶରୀରରେ କୌଣସି ଲକ୍ଷଣ ନାହିଁ ଅଥବା ସାମାନ୍ୟ ଲକ୍ଷଣ ରହିଛି । ଏହା ସତ୍ତ୍ବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ।

Leave A Reply

Your email address will not be published.

four × 1 =

error: Content is protected !!
Open chat