ରାଜଗାଙ୍ଗପୁର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜଗାଙ୍ଗପୁର ସହରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ସହର ସ୍ଥିତ ରେଲୱେ ଫାଟକ ସମ୍ମୁଖରେ ଟ୍ରେନ ଦୁର୍ଘଟଣା ରେ ଜଣେ ଆହତ ହୋଇଥିବା ଜଣାପଡିଛି । ଆହତ ଜଣକ ହେଉଛନ୍ତି କୁମାର କେଲା ଗ୍ରାମର ସତ୍ୟ ନାରାୟଣ ମହାନ୍ତ । ଆଜି ଦିନ ପ୍ରାୟ ୧.୩୦ ମିନିଟ ସମୟରେ ରେଲୱେ ଫାଟକ ବନ୍ଦ ହୋଇଥିବା ବେଳେ ଗଳା ବାଟ ଦେଇ ସତ୍ୟ ନାରାୟଣ ମହାନ୍ତ ଯାଉଥିବା ସମୟରେ ଅପର ପାର୍ଶ୍ଵ ରେ ଆସୁଥିବା ଟ୍ରେନ କୁ ଦେଖି ବାଇକ ଚାଳକ ଗାଡି ଛାଡ଼ି ସେଠାରୁ ପଳାଇଯାଇଥିବା ବେଳେ ଟ୍ରେନ ଟି ବାଇକକୁ ଧକ୍କା ଦେବା ଫଳରେ ବାଇକ ଟି ଚୁରମାର ହୋଇଯାଇଥିଲା ଓ ଏହି ଗାଡି ରେ ସତ୍ୟ ନାରାୟଣ ମହାନ୍ତ ଙ୍କ ଗାଡ଼ିରେ ବାଡେଇ ହୋଇଯିବ ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାରେ ସତ୍ୟ ନାରାୟଣ ମହାନ୍ତ ଙ୍କ ଗୋଡ଼ ର ହାଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ରାଜଗାଙ୍ଗପୁର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା |ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଚିକିତ୍ସାଳ ସ୍ଥାନାନ୍ତର କରାଯାଇଛି।