୨୮ରୁ ସ୍କୁଲକୁ ଆସିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା

0 502
greentech

ଭୁବନେଶ୍ବର ୧୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ବଦଳିଲା ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି । ଆସନ୍ତା ୧୪ରୁ ଖୋଲିବନି ପ୍ରଥମରୁ ସପ୍ତମ ଶ୍ରେଣୀ ବିଦ୍ୟାଳୟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଫେବୃଆରୀ ୨୮ ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବ। ଯଦି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୪ରେ ସ୍କୁଲ ଖୋଲିବ, କିନ୍ତୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲକୁ ପାଠ ପଢ଼ିବା ପାଇଁ ଫେବୃଆରୀ ୨୮ରୁ ଆସିବେ ବୋଲି କୁହାଯାଇଛି।

୧୪ରେ ସ୍କୁଲ ଖୋଲିଲେ ବି ୨୮ରୁ ସ୍କୁଲ ଆସିବେ ପିଲା। ଫେବୃଆରୀ ୨୮ରୁ ସ୍କୁଲରେ ଆରମ୍ଭ ହେବ ଫିଜିକାଲ କ୍ଲାସ। ୨୮ ପର୍ଯ୍ୟନ୍ତ ପିଲାମାନେ ଘରେ ରହି ଅନଲାଇନ କ୍ଲାସ କରିବେ। ପୂର୍ବ ନିଦ୍ଧାରିତ ତାରିଖ ଅନୁଯାୟୀ ୧୪ରୁ ସ୍କୁଲ ଖୋଲିବ। ୧୪ ତାରିଖରୁ ସ୍କୁଲକୁ ଶିକ୍ଷକ ଓ କର୍ମଚାରୀମାନେ ଆସିବେ। ୧୪ରୁ ସ୍କୁଲକୁ ଆସି ସଫେଇ କାର୍ଯ୍ୟ ତଦାରଖ କରିବେ। ଏ ନେଇ ସବୁ ଜିଲାପାଳ ଓ ଡିଇଓମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଚିଠି ଲେଖିଛନ୍ତି।

Leave A Reply

Your email address will not be published.

thirteen + 15 =

error: Content is protected !!
Open chat