ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ଭତ୍ତା, ରାସନ ଓ ଆବାସ ବନ୍ଦ: ପ୍ରମିଳା ମଲିକ

0 558
greentech

ଯାଜପୁର ୧୦/୦୨/୨୦୨୨ କଳିଙ୍ଗ ଜ୍ୟୋତି :  ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ ବୋଲି ଭୋଟରଙ୍କୁ ସିଧାସଳଖ କହିଛନ୍ତି ବିଂଝାରପୁର ବିଧାୟିକା ପ୍ରମିଳା ମଲିକ। ପ୍ରମିଳାଙ୍କ ଏଭଳି ବକ୍ତବ୍ୟକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବୁଦ୍ଧିଜୀବୀ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଆଦର୍ଶ ଆଚରଣବିଧିର ଖୋଲାଖୋଲି ଉଲଂଘନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ବିଂଝାରପୁର ବ୍ଲକ ଅଳକୁଣ୍ଡ ପଞ୍ଚାୟତ ତଥା ଗ୍ରାମରେ ଆଜି ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବାଧାୟିକା ପ୍ରମିଳା ମଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବାସହ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ। ଯଦି ଆଉକାହାକୁ ଭୋଟ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘରପାଇଁ ମୋତେ କହିବନି ବୋଲି ଉପସ୍ଥିତ ଲୋକଙ୍କୁ ରୋକଠୋକ କହିଥିଲେ।

Leave A Reply

Your email address will not be published.

five + 6 =

error: Content is protected !!
Open chat