![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୬/୦୭ : କରୋନାଭାଇରସ୍ ମହାମାରୀରେ ଭାରତ ରବିବାରଦିନ ଋଷକୁ ପଛରେ ପକାଇ ଭାରତ ତୃତୀୟ ସ୍ଥାନରେ ପହଁଚିଛି। ଏହି ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦୁଇ ଦେଶ ଆମେରିକା ଏବଂ ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ପହଁଚିଛି।
![](https://i0.wp.com/kalingajyoti.com/wp-content/uploads/2020/07/gfdgfg.jpg?resize=486%2C298)
ଦେଶର ଦ୍ରୁତ ଗତିରେ ବଢ଼ୁଥିବା କରୋନାଭାଇରସ୍ ଏପର୍ଯ୍ୟନ୍ତ ସମସ୍ତ ରେକର୍ଡ ଭାଙ୍ଗିଛି। ଦେଶରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ପ୍ରାୟ ୨୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଜୁଲାଇ ୪ ତାରିଖରେ କରୋନାର ୨୪, ୮୦୫ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ ଆଜି ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬ ଲକ୍ଷ ୭୩ ହଜାର ୧୬୫ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୯, ୨୬୮ ରୋଗୀଙ୍କର ମୃତ୍ୟୁ ହୋଇଛି।
![](https://kalingajyoti.com/wp-content/uploads/2020/07/hthethe.png)
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ୨, ୪୪, ୮୧୪ ସକ୍ରିୟ କରୋନା ମାମଲା ରହିଥିହବା ବେଳେ କରୋନା ମହାମାରୀ ହେତୁ ଏପର୍ଯ୍ୟନ୍ତ ୧୯, ୨୬୮ ରୋଗୀଙ୍କର ମୃତ୍ୟୁ ଘଟିଛି ଏବଂ ୪, ୦୯, ୦୮୨ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/fgdgh.jpg?resize=476%2C357)
କିନ୍ତୁ ଆଜି ମହାରାଷ୍ଟ୍ର, ତାମିଲନାଡୁ, ଏବଂ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ରିପୋର୍ଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ନଜର ପକାଇଲେ ମହାରାଷ୍ଟ୍ରରେ ୬୫୫୫ ଟି ନୂଆ ମାମଲା, ତାମିଲନାଡୁରେ ୪୧୫୦ ଟି ନୂଆଦିଲ୍ଲୀ ଏବଂ ଦିଲ୍ଲୀର ୨୨୪୪ ଟି ନୂଆ ଆକ୍ରାନ୍ତଙ୍କ ସହିତ ଭାରତର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬, ୮୬, ୧୧୪ କୁ ବୃଦ୍ଧି ପାଇଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର କୋଭିଡ -୧୯ ଡ୍ୟାସବୋର୍ଡ ଅନୁଯାୟୀ ଋଷର ୬, ୮୦, ୨୮୩ ଅଛି। ଏହା ବ୍ୟତୀତ ଭାରତର ଅନ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ରିପୋର୍ଟ ହୋଇଥିବା ନୂଆ ଆକ୍ରାନ୍ତଙ୍କର ସଂଖ୍ୟା ମଧ୍ୟ ଯୋଡାଯିବ।