![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/ghh.jpg?resize=483%2C349)
କଟକ : କଟକ ଚୌଦ୍ୱାର ଜେଲ୍ର ଜଣେ ୱାର୍ଡର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଚୌଦ୍ୱାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଡ୍ୟୁଟି କରିଥିଲେ।
![](https://kalingajyoti.com/wp-content/uploads/2020/07/45y654y-1.jpg)
ଜଣେ କଏଦୀଙ୍କର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ୪ ଜଣ ୱାର୍ଡର ଡ୍ୟୁଟି କରିଥିଲେ। ଡ୍ୟୁଟି କରିଥିବା ୪ ୱାର୍ଡରଙ୍କ ମଧ୍ୟରୁ ଜଣଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଛି। ଏହି ଘଟଣା ପରେ ଜେଲ୍ ଓ ବାରାକ୍ ଷ୍ଟାଫ୍ଙ୍କ ସ୍ୱାବ୍ ଟେଷ୍ଟ ପାଇଁ ଜେଲ୍ ସୁପରିଟେଣ୍ଡେଣ୍ଟ ପ୍ରଶାସନ ନିକଟକୁ ଚିଠି ଲେଖିଛନ୍ତି।