![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ବିଜେପିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଡ.ସମ୍ବିତ ପାତ୍ର ଆଜି ନିଜର ପ୍ଲାଜମା ଦେଇଛନ୍ତି। ଗତମାସରେ ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହି କାରଣରୁ ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା କି ନାହିଁ, ସେକଥା ଜଣାପଡ଼ି ନଥିଲା। ଡ.ସମ୍ବିତ ପାତ୍ର ଆଜି ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପ୍ଲାଜମା ଦେଉଥିବା ବେଳର ଫଟୋ ଟ୍ୱିଟ କରିଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/sambit-782x1024.jpg?resize=782%2C1024)
ଡ.ସମ୍ବିତ ପାତ୍ର ଟ୍ୱିଟ କରି କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ସମସ୍ତ କର୍ମକର୍ତ୍ତାଙ୍କୁ ସେବା ଭାବର ମନ୍ତ୍ର ଦେଇଛନ୍ତି। ଏହି ମନ୍ତ୍ରରୁ ପ୍ରେରଣା ପାଇ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆଶୀର୍ବାଦ ନେଇ ମୁଁ ଆଜି ପ୍ଲାଜମା ଦାନ କରିଛି। ମୁଁ ଅନୁରୋଧ କରୁଛି କି କୋଭିଡ୍ରୁ ସୁସ୍ଥ ହୋଇ ଫିଟ୍ ଥିବା ଲୋକମାନେ ପ୍ଲାଜମା ଦିଅନ୍ତୁ।” ତଥାପି କିଛି ଦିନ ସେ ହସ୍ପିଟାଲରେ ଚିକିତ୍ସା ହେବା ପରେ ଡିସଚାର୍ଜ ହୋଇଥିଲେ। ଡିସଚାର୍ଜ ବେଳେ ତାଙ୍କୁ ଘରେ ରହିବାକୁ କୁହାଯାଇଥିଲା। ହେଲେ ଆଜି ଶ୍ରୀ ସମ୍ବିତ ପାତ୍ର ପ୍ଲାଜମା ଦେଇ ସେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା କଥାକୁ ପ୍ରମାଣିତ କରିଥିବା ଚର୍ଚ୍ଚା ହେଉଛି।