![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/rtue.jpg?resize=536%2C357)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ଭୁବନେଶ୍ୱରରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ଜଣ ସୁସ୍ଥ ହୋଇଛନ୍ତି। ମୋଟ ୨୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଲୋକାଲ୍ କଣ୍ଟାକ୍ଟ ୧୪, କ୍ବାରେଣ୍ଟାଇନ୍ ୧୪ ଓ କୋଭିଡ୍ ଯୋଦ୍ଧା ୧ ଚିହ୍ନଟ ହୋଇଛନ୍ତି। ଡୁମୁଡୁମା ସୁବାଶନଗର ବସ୍ତିରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଘରୋଇ ହସ୍ପିଟାଲ୍ର ୪ ମହିଳା କର୍ମଚାରୀ, ବିବେକାନନ୍ଦ ମାର୍ଗ ଦୁଇଜଣ, ଖଣ୍ଡଗିରିର ଜଣେ ମହିଳା, ଭରତପୁର, କେଶରୀନଗର ବସ୍ତି, ୟୁନିଟ ୧ ଅଞ୍ଚଳ, ବରଗଡ଼ ବ୍ରିଟ୍ କଲୋନି, ବମିଖାଲ ଜୟଦୁର୍ଗା ଅଞ୍ଚଳ, ବରମୁଣ୍ଡା ଟେଲ୍କୋ କଲୋନି, ସହିଦନଗର, ହଂସପାଳ, ପାଣ୍ଡରା, ବ୍ରହ୍ମେଶ୍ବରପାଟଣାରୁ, ରସୁଲଗଡ଼, ନୟାପଲ୍ଲୀ, ମଞ୍ଚେଶ୍ବର, ୟୁନିଟ ୪, ଲକ୍ଷ୍ମୀସାଗର ଉପରସାହି, ଲକ୍ଷ୍ମୀସାଗର ଛକ, ଲକ୍ଷ୍ମୀସାଗର ତଳସାହି, ଆଦି ସମେତ ଦିଲ୍ଲୀ ଫେରନ୍ତା ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଶୈଳଶ୍ରୀବିହାର ଅଞ୍ଚଳ, ନୟାପଲ୍ଲୀ ଆଇଆର୍ସି ଭିଲେଜ୍ ଫରେଷ୍ଟ ପାର୍କ ଅଞ୍ଚଳରୁ ଜଣେ ଲେଖାଏଁ ପୁରୁଷ ଚିହ୍ନଟ ହୋଇଛନ୍ତି।