ଭୁବନେଶ୍ୱର ସ୍ଥିତ ଟେକ ମହିନ୍ଦ୍ରା ଅଫିସ୍ ସିଲ: ୩ ଦିନରେ ୭ କର୍ମଚାରୀଙ୍କୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଫିସକୁ ସିଲ କଲା ବିଏମସି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୦୮/୦୭:ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପରେ ଏବେ ବିଭିନ୍ନ ଅଫିସଣ କର୍ମଚାରୀ ବି କରୋନା ଆକ୍ରାନ୍ତ ହେଉଛନ୍ତି। ଭୁବନେଶ୍ୱର ମୈତ୍ରୀ ବିହାର ସ୍ଥିତ ଟେକ୍ ମହିନ୍ଦ୍ରାକୁ ସିଲ୍ କଲା ବିଏମସି । ଗତ ୩ଦିନ ମଧ୍ୟରେ ଲଗାତର ୭ଜଣ କରୋନ ପଜିଟିଭ ବାହାରିବା ପରେ ଟେକ୍ ମହିନ୍ଦ୍ରାକୁ ସିଲ୍ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ଆଜିଠାରୁ ପୁରା ବିଲଣ୍ଡିଂକୁ ସିଲ୍ କରାଯିବା ସହ ୨୦ତାରିଖ ଯାଏଁ ସମସ୍ତ କର୍ମଚାରୀଙ୍କୁ କ୍ୱାରେଂଟିନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୬୭ଜଣ କର୍ମଚାରୀଙ୍କ ସ୍ୱାବ ପରିକ୍ଷା କରାଯିବା ପାଇଁ ବିଏମସି ନିଷ୍ପତି ନେଇଛି ।
ସମ୍ପୂର୍ଣ୍ଣ ଅଫିସକୁ ସିଲ୍ କରିବା ସହ ସମସ୍ତ ୬୭ ଜଣ କର୍ମଚାରୀ ୨୦ ତାରିଖ ଯାଏ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛି। ସବୁ କର୍ମଚାରୀମାନଙ୍କର ସ୍ୱାବ୍ ସଂଗ୍ରହ କରାଯାଇଛି। ସମସ୍ତଙ୍କର କରୋନା ପରୀକ୍ଷା କରାଯିବ ବୋଲି ବିଏମ୍ସି ଜୋନାଲ ଡେପୁଟି କମିସନର ପ୍ରମୋଦ ପୃଷ୍ଟି ସୂଚନା ଦେଇଛନ୍ତି।
ଗତ ଜୁଲାଇ ୩ ତାରିଖରେ ଟେକ୍ ମହିନ୍ଦ୍ରାର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ବିଲ୍ଡିଂ ତୃତୀୟ ମହଲାକୁ ବନ୍ଦ କରିଦିଆଯାଇଥିଲା। ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ୩୨ ଲୋକ ଆସିଥିବାରୁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା।