କୋଲ୍କାତା (କଳିଙ୍ଗ ଜ୍ୟୋତି) : କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ତୃଣମୂଳ କଂଗ୍ରେସର ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ଦିନ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମେ ମାସରେ ତାଙ୍କର କରୋନାଭାଇରସ୍ କୋଭିଡ୍-୧୯ ପଜିଟିଭ୍ ବାହାରିଥିଲା। ତାଙ୍କର ହୃଦ୍ପିଣ୍ଡ, ବୃକ୍କ ଏବଂ ଅନ୍ୟାନ୍ୟ ଶାରୀରିକ ଜଟିଳତା ଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।
ବିଧାୟକ ତମୋନାଶ ଘୋଷଙ୍କ ଦୁଃଖାନ୍ତ ବିୟୋଗ ଶୋକବ୍ୟକ୍ତ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରିଛନ୍ତି, ଅତ୍ୟନ୍ତ ଦୁଃଖର ବିଷୟ। ଫାଲ୍ଟାରୁ ୩ ଥର ବିଧାୟକ ହୋଇଥିବା ଏବଂ ୧୯୯୮ରୁ ଦଳର କୋଷାଧ୍ୟକ୍ଷ ଥିବା ତମୋନାଶ ଘୋଷଙ୍କର ଆଜି ଆମକୁ ଛାଡ଼ି ଚାଲିଯିବାକୁ ଥିଲା। ୩୫ ବର୍ଷରୁ ଊର୍ଦ୍ଧ୍ବ କାଳ ଆମ ସାଙ୍ଗରେ ଥାଇ ସେ ଜନତା ଏବଂ ଦଳ ପାଇଁ ଉତ୍ସର୍ଗୀକୃତ ସେବା କରିଛନ୍ତି। ସାମାଜିକ କାର୍ଯ୍ୟରେ ତାଙ୍କର ଢେର ଅବଦାନ ଥିଲା।ସେ ଛାଡ଼ି ଯାଇଥିବା ଶୂନ୍ୟସ୍ଥାନଟି ପୂର୍ଣ୍ଣ କରିବା କଷ୍ଟକର। ଆମ ସମସ୍ତଙ୍କ ପକ୍ଷରୁ ତାଙ୍କ ପତ୍ନୀ ଝରଣା, ଦୁଇ ଝିଅ, ବନ୍ଧୁ ଏବଂ ଶୁଭେଚ୍ଛୁଙ୍କୁ ଅନ୍ତରସିକ୍ତ ସମବେଦନା। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଫାଲ୍ତା ବିଧାନସଭା ଆସନର ବିଧାୟକ ତଥା ୧୯୯୮ ମସିହାରୁ ତୃଣମୂଳ କଂଗ୍ରେସର କୋଷାଧ୍ୟକ୍ଷ ଥିବା ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଘନିଷ୍ଠ ସହଯୋଗୀ ଭାବେ ମାନ୍ୟତା ପାଉଥିଲେ।